ନିର୍ବାଚନ ପାଇଁ ଘୋଷଣା ହେଲା ସରକାରୀ ଛୁଟି

ଭୁବନେଶ୍ୱର, ୮/୪/୨୦୧୯ : ସପ୍ତଦଶ ଲୋକସଭା ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସୋମବାର ରାଜ୍ୟ ସରକାର ଭୋଟ ଦିନକୁ ସରକାରୀ ଛୁଟି ଘୋଷଣା କରିଛନ୍ତି । ମତଦାନ ଦିନ ସରକାରୀ କାର୍ଯାଳୟ ଏବଂ ମାଜିଷ୍ଟ୍ରେଟ କୋର୍ଟ ଛୁଟି ରହିବ । ଯେଉଁ ପର୍ଯାୟରେ ଯେଉଁ ଦିନ ମତଦାନ ଥିବ, ସେହିଦିନ ସଂପୃକ୍ତ ଅଂଚଳରେ ସରକାରୀ ଛୁଟି ରହିବ। ଲୋକସଭା ସଂଲଗ୍ନ ବିଧାନସଭା ଅଚଂଳରେ ଏହି ଛୁଟି ହେବ।

ସୂଚନାଯୋଗ୍ୟ ଏପ୍ରିଲ ୧୧ରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଅଚଂଳରେ ଛୁଟି ହେବ। ସେହିପରି ଏପ୍ରିଲ ୧୮ରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଏବଂ ଆସିକା ଅଂଚଳରେ ମତଦାନ ହେବ। ଏପ୍ରିଲ ୨୩ରେ ସମ୍ବଲପୁର, ଢ଼େଙ୍କାନାଳ, କେନ୍ଦୁଝର, ପୁରୀ, କଟକ ଓ ଭୁବନେଶ୍ୱର ଲୋକସଭା ଆସନରେ ଭୋଟ ହେବ। ସେହିପରି ଏପ୍ରିଲ ୨୯ରେ ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆସନରେ ମତଦାନ ହେବ।

Spread the love

Leave a Reply

Your email address will not be published. Required fields are marked *