ମଦର୍ସ ରେସିପି ତରଫରୁ ‘ଗିଫ୍ଟଅଫଟାଇମ୍’ ଅଭିଯାନ ଉନ୍ମୋଚିତ

ଭୁବନେଶ୍ୱର: ଜଣେ ଯାଦୁଗର ଯିଏ କ୍ଲାନ୍ତହୀନ, ନିରବଚ୍ଛିନ୍ନ ଓ ନିଃସ୍ୱାର୍ଥପର!! ଜଣେ ଏଭଳି ମଣିଷ ଯିଏ ଆମ ଜୀବନରେ ସବୁ କିଛି ଆଣଇଦେଇଛନ୍ତି ସିଏ ହେଉଛନ୍ତି ଆମର ମା, ଭଉଣୀ, ଝିଅ କିମ୍ବା ପତ୍ନୀ । ସେମାନେ ଆମର ଜୀବନ ଚିତ୍ରକୁ ବାସ୍ତବ କରନ୍ତିି । ହେଲେ ଯେଉଁ ପ୍ରଶ୍ନ ଏପର୍ଯ୍ୟନ୍ତ ପଚରାଯାଇନାହିଁ ତାହା ହେଉଛି-ଆପଣଙ୍କୁ ଆପଣ କରିଛି କିଏ? ଜଣେ ମା, ଭଉଣୀ, ବନ୍ଧୁ କିମ୍ବା ପତ୍ନୀଙ୍କ ବାଦ ଆପଣ କିଏ? ଯଦି ଆପଣଙ୍କ ସମୟରୁ ୨ ଘଂଟା ସଂଚୟ ହୋଇଯାଏ ତେବେ ଆପଣ କ’ଣ କରିବେ?
ଏହି ପ୍ରଶ୍ନକୁ ମଦର୍ସ ରେସିପି ଏହାର ସଦ୍ୟତମ ଅଭିଯାନ ‘ଗିଫ୍ଟଅଫ୍ଟାଇମ୍’ରେ ପଚାରୁଛି ଯାହା ସେମାନଙ୍କ ‘ଟେଷ୍ଟ୍ ଦି ଲଭ୍’ ସିରିଜ୍ର ଏକ ଅଂଶ । ଭିଡ଼ ଭିତରୁ ଅଲଗା ହୋଇ ମହିଳା ଦିବସ ପାଳନର ଉତ୍ସବ ଅବସରରେ ଏଭଳି ଅଭିଯାନକୁ ଆରମ୍ଭ ନକରି ଏହାର କିଛି ସପ୍ତାହ ପରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା ଯେଉଁଥିରେ ମଦର୍ସ ରେସିପି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତା ଦେଇ ମହିଳାମାନଙ୍କୁ କେବଳ ମାର୍ଚ ୮ ତାରିଖ ନୁହେଁ ବରଂ ସବୁ ଦିନକୁ ପାଳନ କରବା ପାଇଁ ପ୍ରୋତ୍ସାହିତ କରାଯାଉଛି, ଯାହାର ଅର୍ଥ ହେଉଛି ମାର୍ଚ ପରେ ମଧ୍ୟ ମହିଳାଙ୍କ ଅସ୍ଥିତ୍ୱ ରହିଛି ବୋଲି ଜଣାଇବା ।

ଅଭିଯାନ ଭିଡିଓ: ଏହି ଅଭିଯାନ ଭିଡିଓର ପ୍ରାରମ୍ଭରେ ତିନି ଜଣ ଭିନ୍ନ ମହିଳାଙ୍କୁ ସେମାନଙ୍କ ଭିନ୍ନ ଭିନ୍ନ ଭୂମିକା ଏବଂ ଅଭିଳାଷକୁ ନେଇ ଦେଖିବାକୁ ମିଳୁଛି । ଜୀବନ ସ୍ୱୟଂଚାଳିତ ଭାବେ ଆଗକୁ ବଢ଼ୁଥିବା ଭଳି ମନେ ହେଉଥିଲା ଯେପର୍ଯ୍ୟନ୍ତ ଏମିତି ଏକ ମୋଡ ନ ଆସିଥିଲା, ଯାହା ଏହି ମହିଳାମାନଙ୍କୁ ଚକିତ କରିଦେଇଥିଲା । ଏଠାରେ ଏକ ସହଜ ପ୍ରଶ୍ନ ହେଉଛି-ଯଦି ଆପଣଙ୍କ ପାଖରେ ଦୁଇ ଘଂଟାର ବଳକା ସମୟ ରହୁଛି, ସେହି ସମୟରେ ଆପଣ କ’ଣ କରିବେ? ଏହା ପରେ ସେମାନେ ଆବେଗପୂର୍ଣ୍ଣ ଭାବେ ଏଭଳି କିଛି ଭାବନାରେ ବୁଡ଼ି ଯାଉଛନ୍ତି ଯାହାକୁ ନେଇ ସେମାନେ କେବେ ଅଭ୍ୟସ୍ତ ନଥିଲେ ଏବଂ ସେମାନେ ନିଜର ପସନ୍ଦକୁ ବର୍ଣ୍ଣନା କରୁଛନ୍ତି । ଏହା ପରେ ମଦର୍ସ ରେସିପି ସେମାନଙ୍କୁ ଏକ ସୁସ୍ୱାଦୁ ଏବଂ ଅସଲି ଖାଦ୍ୟର ଦୁନିଆ ଉପସ୍ଥାପନ କରୁଛି ଯାହା ସହଜ ଏବଂ ଶୀଘ୍ର ରୋଷେଇଯୋଗ୍ୟ । ନିଜର ଉତ୍ପାଦଗୁଡ଼ିକ ଜରିଆରେ ରୋଷେଇ ଘରେ କେତେ ସମୟ ସଂଚୟ ହୋଇପାରୁଛି ତାହା ମଦର୍ସ ରେସିପି ଜଣାଇବାକୁ ପ୍ରୟାସ କରୁଛି । ଏହି ତିନି ମହିଳା ନିଜ ପରିବାର ଏବଂ ସ୍ୱାଦ ସହ ସାଲିସ ନକରି ସେମାନେ ଯାହା ପସନ୍ଦ କରନ୍ତି ତାହାର କିଛି ଅଂଶ କରୁଥିବାର ଦୃଶ୍ୟ ସହିତ ଭିଡିଓଟି ଶେଷ ହେଉଛି ।

ଏହି ଅଭିଯାନ ବିଷୟରେ ସଂଜନା ଦେଶାଇ, ମୁଖ୍ୟ ଷ୍ଟ୍ରାଟେଜି ଅଧିକାରୀ, ମଦର୍ସ ରେସିପି କହିଛନ୍ତି ଯେ, “ପରିବାରକୁ ଦେଖିବା ଉଦ୍ୟମରେ ‘ମୁଁ’ ଟି ହଜିଯାଏ, କିନ୍ତୁ ବ୍ୟକ୍ତିଗତ ଭାବ ଯେତେବେଳେ ଉଦୀୟମାନ ହୁଏ ଏବଂ ଦୋଷ ଭାବନା ଦୂରେଇ ଯାଏ ଏକ ବ୍ରାଣ୍ଡ୍ ଭାବେ ଆମେ ସେମାନଙ୍କ ପାଇଁ ପଥ ପରିସ୍କାର କରିବାକୁ ଚାହୁଁଛୁ । ତେଣୁ, ଏହି ଅଭିଯାନର ଲକ୍ଷ୍ୟ ହେଉଛି ଆଜିର ଦିନରେ ସାମ୍ନା କରାଯାଉଥିବା ବଡ଼ ଧରଣର ଆହ୍ୱାନକୁ ସମାଧାନ କରିବା । ମଦର୍ସ ରେସିପି ସେଭଳି ଜୀବନଶ÷ଳୀ ସମାଧାନ ଉପସ୍ଥାପନ କରିବାକୁ ଚାହୁଁଛି ଯାହା ଗ୍ରାହକମାନଙ୍କ ଜୀବନରେ ଅର୍ଥପୂର୍ଣ୍ଣ ପରିବର୍ତନ ଆଣିପାରୁଛି । ଆମର ଉତ୍ପାଦ ସହିତ, ଆମେ ଆମର ଗ୍ରାହକଙ୍କୁ ରୋଷେଇ ଘରେ ସାହାଯ୍ୟ କରୁଛୁ, ସେମାନଙ୍କୁ ବଦଳାଉନାହୁଁ, ସମୃଦ୍ଧ କରୁଛୁ । ରୋଷେଇ ଘରେ ସେମାନଙ୍କର କିଛି ସମୟ ବଂଚେଇ ସେମାନଙ୍କୁ ନିଜ ପସନ୍ଦର କିଛି କାମ କରିବା ପାଇଁ ସହଯୋଗ ପ୍ରଦାନ କରୁଛି ।’’

ସେ ଆହୁରି କହିଛନ୍ତି ଯେ, “ଏହା କେବଳ ଗୋଟିଏ ନିର୍ଦିଷ୍ଟ ଦିବସକୁ ପାଳନ କରିବା କଥା ନୁହେଁ, ସେଥିପାଇଁ ଆମେ ଏହି ଅଭିଯାନକୁ ଜାଣିଶୁଣି ମହିଳା ଦିବସରେ ଉନ୍ମୋଚନ କରିନଥିଲୁ । ଆମର ଲକ୍ଷ୍ୟ ହେଉଛି ଏକ ନିର୍ଦିଷ୍ଟ ଦିନ ଠାରୁ ଆଗକୁ ଦେଖିବା ଏବଂ ବର୍ଷର ପ୍ରତିଟି ଦିନରେ ପରିବର୍ତନ ଆଣିବାକୁ ଲକ୍ଷ୍ୟ ରଖିବା ।’’

ମଦର୍ସ ରେସିପିର ଉତ୍ପାଦ ବର୍ଗରେ ରହିଛି ପେଷ୍ଟ୍, ଆଚାର, ଆରଟିସି, ଇନଷ୍ଟାଂଟ୍ ମିକ୍ସ ଏବଂ ଅନ୍ୟ ଉତ୍ପାଦ ଯାହା ସୁସ୍ୱାଦୁ ବାସ୍ନା, ଆଂଳିକ ସ୍ୱାଦ, ସହଜତା ଏବଂ ସହଜ ରୋଷେଇ ପ୍ରଣାଳୀ ପ୍ରଦାନ କରୁଛି । ଏହି ଅଭିଯାନକୁୂ ସ୍ୱତନ୍ତ୍ର ଅନଲାଇନ୍ ଓ ଅଫଲାଇନ୍ ଯୋଗାଯୋଗ ଏବଂ ରେଡିଓ ଉପସ୍ଥିତି ଜରିଆରେ ଆହୁରି ପ୍ରଚାର କରିବାକୁ ଏହି ବ୍ରାଣ୍ଡ୍ ଯୋଜନା ରଖିଛି ।

ଶ୍ରୀଯୁକ୍ତ ବିରେନ୍ଦ୍ର ସାଇନି, କାର୍ଯ୍ୟନିର୍ବାହୀ ନିର୍ଦେଶକ, ଟ୍ରାଇଟନ୍ କମ୍ୟୁନିକେସନସ୍ କହିଛନ୍ତି ଯେ, “ଆଜିର ମହିଳାମାନେ ସେମାନଙ୍କ ପସନ୍ଦକୁ ଅନୁକରଣ କରିବା ନିମନ୍ତେ ନିଜ ପାଇଁ କିଛି ବଳକା ସମୟ ବାହାର କରିବାକୁ ସମ୍ପୂର୍ଣ୍ଣ ଭୁଲିଗଲେଣି । ସେମାନେ ନିଜକୁ ଏଭଳି ଢଙ୍ଗରେ ବାନ୍ଧି ରଖିଛନ୍ତି ଯାହା ଜରିଆରେ ସେମାନେ କେବଳ ଚିରାଚରିତ କାମ କରୁଛନ୍ତି । ଏହି ଅଭିଯାନ ଜରିଆରେ ଆମେ ମହିଳାମାନଙ୍କୁ ସେମାନଙ୍କ ଦକ୍ଷତା ବିଷୟରେ ଜଣାଇବା ଏବଂ ସେମାନେ ଭଲ ପାଉଥିବା କାମ କରିବାକୁ ଅନୁପ୍ରାଣିତ କରୁଛୁ । ଚିନ୍ତାଧାରା ହେଉଛି ପୂର୍ବରୁ ଥିବା ଦାୟିତ୍ୱକୁ ବନ୍ଦ କିମ୍ବା ସାଲିସ ନକରି ସେମାନଙ୍କୁ ନିଜ ପାଇଁ କିଛି ମୂଲ୍ୟବାନ ସମୟ ଉପହାର ଦେଇ ସଶକ୍ତ ଓ ସମୃଦ୍ଧ କରିବା ।’’

ଏହି ଅଭିଯାନର ପରିକଳ୍ପନା ପ୍ରସ୍ତୁତ କରିଛନ୍ତି ସଂଜନା ଦେଶାଇ ଓ ମଦର୍ସ ରେସିପି ଟିମ୍ ଏବଂ କ୍ରିଏଟିଭ୍ ଏଜେନ୍ସି ଟ୍ରାଇଟନ୍ କମ୍ୟୁନିକେସନସ୍ ଓ ଏହାକୁ ୟୁଟ୍ୟୁବ୍ ଓ ଫେସବୁକ୍ ଭଳି ବିବିଧ ଡିଜିଟାଲ୍ ପ୍ଲାଟଫର୍ମରେ ଲାଇଭ୍ କରାଯାଇଛି । ଏହି ଅଭିଯାନ ନିଶ୍ଚିତ ରୂପେ ପୂର୍ବରୁ ଥିବା ଏବଂ ଚିରାଚରିତ ନିୟମକୁ ବଦଳାଇବାକୁ ଆହ୍ୱାନ ଦେବା ସହିତ ମହିଳାମାନଙ୍କୁ ସେମାନଙ୍କ ସ୍ୱପ୍ନ ବିଷୟରେ ଜଣାଇବ ଏବଂ ତାହାକୁ ପାଳନ କରିବା ପାଇଁ ସେମାନଙ୍କୁ ଉତ୍ସହିତ କରିବ ।

Spread the love

Leave a Reply

Your email address will not be published. Required fields are marked *