କୁକୁର ଶରୀରରୁ ବାହାର କରାଗଲା ଟ୍ୟୁମର

ସୋଆ ଅର୍ବାନ ପଶୁ ଚିକିତ୍ସାଳୟରେ କୁକୁର ଶରୀରରୁ ବାହାର କରାଗଲା ଟ୍ୟୁମର

ଭୁବନେଶ୍ୱର, ୬/୮: ଭୁବନେଶ୍ୱର ଉପକଣ୍ଠ ନୂଆଗାଁ ସ୍ଥିତ ସୋଆ ଅର୍ବାନ ପଶୁ ଚିକିତ୍ସାଳୟର ଡାକ୍ତରମାନେ ଅପରେସନ୍ ଜରିଆରେ ଏକ ଗୋଲ୍ଡେନ୍ ରିଟ୍ରିଭର କୁକୁରର ତଳିପେଟରୁ ବଡ ଧରଣର ଟ୍ୟୁମର କାଢ଼ିବାରେ ସଫଳ ହୋଇଛନ୍ତି ।

ଗତ ଜୁଲାଇ ୨୮ ତାରିଖ ଦିନ କୁକୁରଟି ଅସୁସ୍ଥ ଅନୁଭବ କରିବାରୁ ତା’ର ଗୃହକର୍ତା ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ଆଣିଥିଲେ । ତେବେ ପରୀକ୍ଷା ନିରୀକ୍ଷା ପରେ ତା’ର ତଳିପେଟର ଡାହାଣ ପାଶ୍ୱର୍ରେ ଏକ ବଡ଼ ମାଂସ ପିଣ୍ଡୁଳା ବଢ଼ିଥିବାର ଦେଖିବାକୁ ମିଳିଥିଲା । ଚର୍ମ ଏବଂ ମାଂସପେଶୀର ମଝିରେ ଟ୍ୟୁମରଟି ବୃଦ୍ଧି ପାଇଥିଲା । ଜୁଲାଇ ୨୯ ତାରିଖ ଦିନ ପଶୁଚିକିତ୍ସକ ମାନେ ସର୍ଜରୀ କରିବାର ନିଷ୍ପତି ନେଇଥିଲେ । ପଶୁ ଚିକିତ୍ସକଙ୍କ ଏକ ଟିମ୍ କୁକୁରକୁ ଆଡ୍‌ଭାନ୍ସ ଜେନେରାଲ୍ ଆନେସ୍‌ଥେସିଆ ଦେଇ ଏହି ସର୍ଜରୀ କରିବା ସହ ୨୦୦ ଗ୍ରାମ ଓଜନର ଟ୍ୟୁମରଟି ବାହାର କରିଥିଲେ ।

ଟ୍ୟୁମରଟି ହିଷ୍ଟୋପାଥୋଲୋଜିକାଲ୍ ପରୀକ୍ଷା ନିମନ୍ତେ ଲାବୋରେଟୋରୀକୁ ପଠାଯାଇଛି । ଅପରେସନ୍ ପରେ କୁକୁରଟି ଧିରେ ଧିରେ ସୁସ୍ଥତା ଲାଭ କରିଛି ।

Spread the love

Leave a Reply

Your email address will not be published. Required fields are marked *