କରୋନାରୁ ମୁକ୍ତ ହେଲେ ୨୭, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧୪୩

କଳାହାଣ୍ଡି ପରେ କୋରାପୁଟ ହେଲା କରୋନା ମୁକ୍ତ
ଭୁବନେଶ୍ୱର: କରୋନା କବଳରୁ ମୁକ୍ତ ହୋଇଛନ୍ତି ୨୭ ଓଡ଼ିଆ । ଏହି ଶୁଭ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୪୩ରେ ପହଞ୍ଚିଛି । ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୯ଜଣ ବାଲେଶ୍ୱରର ହୋଇଥିବା ବେଳେ ୮ଜଣ ଭୁବନେଶ୍ୱରର, ୪ଜଣ ଭଦ୍ରକ ଜିଲ୍ଲାର । ଅନୁରୂପ ଭାବେ ସୁନ୍ଦରଗଡ଼ ଓ ଗଞ୍ଜାମ ଜିଲ୍ଲାର ଦୁଇଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ କେନ୍ଦୁଝର ଓ କୋରାପୁଟର ଜଣେ ଲେଖାଏଁ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ପ୍ରଥମଥର ପାଇଁ ଗଞ୍ଜାମର ଦୁଇଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ ୨୧୦ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଏବେ ୨୦୭ ଜଣ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି । ସେହିପରି ଭୁବନେଶ୍ୱରର ୫୦ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୩ଜଣ ଏବେ ଚିକିତ୍ସିତ ହେଉଥିବା ବେଳେ ବାଲେଶ୍ୱରର ୭୦ଜଣ ଚିକିତ୍ସିତ ହେଉଛନ୍ତି । କୋରାପୁଟ ଜିଲ୍ଲାର ଏକମାତ୍ର କରୋନା ଆକ୍ରାନ୍ତ ସୁସ୍ଥ ହୋଇଯିବା ଫଳରେ ଏହି ଜିଲ୍ଳା ଏବେ କରୋନା ମୁକ୍ତ ହୋଇ ଯାଇଛି । ସେହିପରି ସମଗ୍ର ରାଜ୍ୟରେ ୧୪୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *