ପଟିଆରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ପଭୁବନେଶ୍ୱର, ୩୦/୦୪: କମରେଡ୍ ବନମାଳୀ ଜେନା ସ୍ମୃତି କମିଟି ତରଫରୁ ପଟିଆ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପଟିଆ କାନନ ବିହାର ଅଞ୍ଚଳରେ ସଫେଇ କାର୍ଯ୍ୟ କରୁଥିବା କର୍ମଚାରୀ ଓ ସୁପରଭାଇଜର ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ମାସ୍କ, ଗ୍ଲୋବସ୍ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ।

ମହାମାରୀ କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ କର୍ମଚାରୀମାନେ ଲୋକଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇ ଆସୁଛନ୍ତି । ଲକ୍ ଡାଡନ୍ ସମୟରେ ସମସ୍ତେ ଘରେ ରହୁଥିବା ବେଳେ ସେମାନେ କାର୍ଯ୍ୟ କରୁଛନ୍ତି । ପ୍ରକୃତରେ ସେମାନେ ହେଉଛନ୍ତି କରୋନା ଯୋଦ୍ଧା ବୋଲି ସମାଜସେବୀ ଅଭୟ ବଡଜେନା କହିଛନ୍ତି ।

ଶ୍ରୀଯୁକ୍ତ ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅକ୍ଷୟ ଦାସ, କୁନା କୁମାର ଜେନା, ଅଜୟ ମହାନ୍ତି, ବିନୟ ରାଉତ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *