ଏସସିବିରେ ପରୀକ୍ଷା ହେବ ପ୍ଲାଜମା ଥେରାପି !

ଭୁବନେଶ୍ୱର: କରୋନା କବଳରେ ସମଗ୍ର ବିଶ୍ୱ ରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ନିଦାନ ବାହାରି ପାରି ନାହିଁ । ସମଗ୍ର ବିଶ୍ୱ ଏହାର ନିଦାନ ପାଇଁ ଚେଷ୍ଟା ଜାରି ରଖିଛି । ଏହି ସମୟରେ ପ୍ଲାଜମା ଥେରାପି ରୋଗୀଙ୍କ ପାଇଁ ବିଶଲ୍ୟ କରଣୀ ହୋଇପାରେ ବୋଲି ବିଶେଷଜ୍ଞମାନେ ଆଶା ପ୍ରକାଶ କରୁଛନ୍ତି । ଏପରିକି ଦିଲ୍ଲୀରେ ପ୍ଲାଜମା ଥେରାପି ଆରମ୍ଭ ହୋଇସାରିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତିମାନଙ୍କ ପ୍ଲାଜମା ଦାନ ପାଇଁ ଅନୁରୋଧ ମଧ୍ୟ କରିଛନ୍ତି ।

ଆମ ରାଜ୍ୟରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଠାରେ ମଧ୍ୟ ପ୍ଳାଜମା ଥେରାପି ଆରମ୍ଭ କରାଯିବାକୁ ଚିନ୍ତା କରାଯାଉଛି । ରାଜ୍ୟର ସର୍ବୋକ୍ରୃଷ୍ଟ ରେଫରାଲ୍ ହସ୍ପିଟାଲ୍ ଭାବେ ପରିଗଣିତ ହେଉଥିବା ହସ୍ପିଟାଲ୍ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ବା ଏସସିବି ମେଡିକାଲ୍ କଲେଜରେ ଏହି ଥେରାପି ଆରମ୍ଭ କରାଯିବାକୁ ଯୋଜନା କରାଯାଉଛି । ବିଭିନ୍ନ ବିଭାଗର ବିଶେଷଜ୍ଞମାନଙ୍କର ମତାମତ ନିଆଯାଇ ଏହାକୁ ଆରମ୍ଭ କରାଯିବା ଯୋଜନା ମଧ୍ୟ କରାଯାଇଛି ।
ରାଜ୍ୟରେ ୩୮ଜଣ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମାତ୍ର ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅନ୍ୟକାରଣରୁ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଆଉଜଣେ ବ୍ୟକ୍ତି ସୁସ୍ଥ ହୋଇସାରିଥିଲେ ମଧ୍ୟ ତାଙ୍କର ଅନ୍ୟ ଜଟିଳ ଚିକିତ୍ସା ଚାଲୁ ରହିଛି । ତେଣୁ ସୁସ୍ଥ ହୋଇ ପ୍ଲାଜମା ପ୍ରଦାନ କରିପାରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଏଠାରେ ବହୁତ କମ ରହିଛି । ଏଣୁ କିପରି ଭାବେ ଆମ ରାଜ୍ୟରେ ପ୍ଲାଜମା ଥେରାପି ଆରମ୍ଭ କରାଯିବ ସେ ନେଇ ମଧ୍ୟ ସଂଦେହ ପ୍ରକାଶ ପାଇଛି । ତେବେ ଏହା ଉପରେ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରାଯାଇ ଏହାକୁ ଆରମ୍ଭ କରାଯିବ ବୋଲି ମେଡିକାଲ୍ କଲେଜ୍ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *