ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ୱର, ୧୪/୦୫: କରୋନା ମହାମାରୀକୁ ରୋକିବା ପାଇଁ ଲକ୍‌ଡାଉନ୍ ଏକମାତ୍ର ଅସ୍ତ୍ର ସାଜିଛି । କିନ୍ତୁ ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରତିଦିନ ଖଟି ଖାଉଥିବା ଲୋକମାନେ ଦାନା ମୁଠାଏ ପାଉନାହାଁନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ ଗରିବ, ଅସହାୟ ଲୋକମାନଙ୍କ ପାଖକୁ ଯାଇ ସାହାଯ୍ୟ ସହଯୋଗ କର, ଯେମିତି କେହି ଜଣେ ବି ଭୋକିଲା ନ ରୁହନ୍ତୁ । ଏହାକୁ ସାକାର କରିବା ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଦଳମତ ନିର୍ବିଶେଷରେ ସମସ୍ତଙ୍କ ପାଖରେ ପହଞ୍ଚି ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ପଜେଟିଭ୍ ଭାଇବସ୍‌ର ମୁଖ୍ୟ ଉଦୟନାଥ ସାହୁଙ୍କ ନେତୃତ୍ୱରେ ବାଣୀବିହାର ଠାରେ ୧୭ ନଂ. ୱାର୍ଡ ପଥରବନ୍ଧ ବସ୍ତିର ୫୦ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏଥିରେ ମହିଳା, ପୁରୁଷ ଓ ବିକଳାଙ୍ଗମାନେ ଉପସ୍ଥିତ ରହି ସାମାଜିକ ଦୂରତା ରକ୍ଷା କରିବା ସହିତ ଖାଦ୍ୟପଦାର୍ଥ ଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଉତ୍ତର ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରତିନିଧି ଦେବାଶିଷ ନାୟକ, ୟୁଥ୍ ଫର୍ ଆକ୍ସନର ରାଜେନ୍ଦ୍ର ନାୟକ, ଆଶିଷ କୁମାର ପାତ୍ର, ରାଜେଶ ପୃଷ୍ଟି ଓ ଅନ୍ୟାନ୍ୟ କର୍ମୀମାନେ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ । ଏଭଳି କାର୍ଯ୍ୟକ୍ରମ ଗତ ପାଞ୍ଚଦିନ ହେଲା ବିଭିନ୍ନ ବସ୍ତି ମାନଙ୍କରେ ଚାଲୁ ରହିଛି ଏବଂ ଆଗାମୀ ଦିନରେ ଚାଲୁ ରହିବ ବୋଲି ବୁଦ୍ଧିଜୀବି ଫୋରମର ମୁଖ୍ୟ ଶ୍ରୀଯୁକ୍ତ ସାହୁ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *