କରୋନା: ଜଣେ ଚିହ୍ନଟ, ଦୁଇ ସୁସ୍ଥ

ଭୁବନେଶ୍ୱର: ପୁଣି ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ବ୍ୟକ୍ତି ଜଣକ ଯାଜପୁର ଅଂଚଳର ହୋଇଥିବା ବେଳେ ତାଙ୍କ ବୟସ ୩୮ ବର୍ଷ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ୮୩ କୁ ବୃଦ୍ଧି ପାଇଥିବା ବେଳେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଯାଜପୁରର ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଛନ୍ତି ।
ସେହିପରି ଭୁବନେଶ୍ୱରର ଦୁଇଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏହା ଫଳରେ ରାଜ୍ୟରେ ସୁସ୍ଥ ହୋଇ ଫେରିଥିବା ରୋଗୀଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି । ଏବେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ୫୦ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି ।
ଅନୁରୂପ ଭାବେ ରାଜ୍ୟର ହଟସ୍ପଟ୍ ଭାବେ ଚିହ୍ନଟ ହୋଇଥିବା ଖୋର୍ଦ୍ଧା ଜିଲ୍ଲାର ମୋଟ ୪୬ଜଣ ଚିହ୍ନଟଙ୍କ ମଧ୍ୟରୁ ଜଣେ ମୃତକଙ୍କୁ ବାଦ୍ ଦେଲେ ୨୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଏବେ ବି ୨୪ଜଣ ଚିକିତ୍ସିତ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *