ପରୀକ୍ଷା ହେବ କରୋନା ଭାକ୍ସିନ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ତାର କରାଳ ରୂପ ଦେଖାଇଥିବା ବେଳେ ଏଥିରୁ ମୁକ୍ତି ପାଇବା ପାଇଁ ବିଶ୍ୱର ସମସ୍ତ ରାଷ୍ଟ୍ର ତାଙ୍କର ଚେଷ୍ଟା ଜାରି ରଖିଛନ୍ତି । ଏହି କ୍ରମରେ ୟୁରୋପୀୟ ରାଷ୍ଟ୍ର ସମୁହ ମଧ୍ୟ କରୋନା ଭାକ୍ସିନ ବାହାର କରିବା ପାଇଁ ଅହରହ ଉଦ୍ୟମ ଜାରି ରଖିଥିଲା । ତେବେ ଲଣ୍ଡନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ଟିମ ଭାକ୍ସିନ ବାହାର କରିବାରେ ଦୁଇପାଦ ଆଗେଇ ଏହାର ପରୀକ୍ଷଣ କରୁଛି । ଆଜି କରୋନା ଭାକ୍ସିନକୁ ମନୁଷ୍ୟ ଦେହରେ ପରୀକ୍ଷା କରିବାକୁ ଯୋଜନା କରିଛି ।
ବିଶ୍ୱବିଦ୍ୟାଳୟର ପ୍ରଫେସର ଆଡ୍ରିଆନ ହିଲ୍ ଏହି ସୂଚନା ଦେବା ସହ ସେ କହିଛନ୍ତି ଯେ ୫୧୦ଜଣ ବ୍ୟକ୍ତି ମଧ୍ୟ ନିଜଆଡୁ ପରୀକ୍ଷା ପାଇଁ ଆଗେଇ ଆସିଛନ୍ତି । ସେମାନଙ୍କ ଦେହରେ ଏହି ଭାକ୍ସିନ ପ୍ରୟୋଗ କରାଯାଇ ପରୀକ୍ଷା କରାଯିବ । ଏହି ପରୀକ୍ଷା ସଫଳ ହେଲେ ସମଗ୍ର ବିଶ୍ୱକୁ ଏକ ନୂଆ ଦିଗନ୍ତ ମିଳବ ବୋଲି ସେ କହିଛନ୍ତି ।
ଏହି ଭାକ୍ସିନ ତିଆରିରେ ୭ଟି କମ୍ପାନୀ ସାମିଲ ହୋଇଥିବା ବେଳେ ଭାରତର ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ମଧ୍ୟ ସାମିଲ ରହିଛି । ଏହି ଭାକ୍ସିନ ନିଶ୍ଚିତ ପରୀକ୍ଷାରେ ସଫଳ ହେବ ଏବଂ ସେପ୍ଟେମ୍ବର ସୁଦ୍ଧା ସାଧାରଣ ଲୋକେ ଭାକ୍ସିନ ପାଇବାରେ ସକ୍ଷମ ହେବେ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି । ଦୁଇ ସପ୍ତାହ ମଧ୍ୟରେ ୫୦ଲକ୍ଷ ଡୋଜ୍ ତିଆରିର କ୍ଷମତା ମଧ୍ୟ ବିକଶିତ କରାଯାଇଥିବା କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *