ଡାକ୍ତରଙ୍କ ପାଇଁ ଚ୍ୟାଲେଞ୍ଜ: ଶିଶୁ ଓ ଗର୍ଭବତୀ ମହିଳାଙ୍କ ଚିକିତ୍ସା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସେହି ଅନୁପାତରେ ଶିଶୁ ଓ ମହିଳା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ବିଶେଷ କରି ଶିଶୁ ଓ ଗର୍ଭବତୀ ମହିଳାଙ୍କ ଚିକିତ୍ସା ଡାକ୍ତରଙ୍କ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଛି ।
ଗର୍ଭବତୀ ମହିଳା ଓ ଶିଶୁ ଅତି ସମ୍ବେଦନଶୀଳ ହୋଇଥିବାରୁ ସେମାନଙ୍କ ଚିକିତ୍ସା କିପରି କରାଯିବ ସେ ନେଇ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନେ ଚିନ୍ତାରେ ପଡିଯାଉଛନ୍ତି ।
କେବଳ ସେତିକି ନୁହେଁ ଶିଶୁର ଚିକିତ୍ସା ସମୟରେ ମା’ର ଉପସ୍ଥିତି ନିତାନ୍ତ ଆବଶ୍ୟକ ହୋଇପଡୁଥିବାରୁ ଏହି ଦୁଇ ଜଣକୁ କିପରି ସମତୁଲ କରାଯାଇ ଚିକିତ୍ସା କରାଯିବ ତାହା ଏବେ ଡାକ୍ତରଙ୍କର ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।
ସବୁଠାରୁ ବଡ କଥା ହେଉଛି କରୋନା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିବାରୁ ଗର୍ଭବତୀ ମହିଳା ଏବଂ ଶିଶୁଙ୍କ ଚିକିତ୍ସା ଏକ ଦୁରୂହ ବ୍ୟାପାର ହୋଇପଡିଛି । ସାଧାରଣ ଥଣ୍ଡା ଜ୍ୱରକୁ ଯେପରି ଚିକିତ୍ସା କରାଯାଏ ସେହିପରି ସେମାନଙ୍କର ଚିକିତ୍ସା କରାଯାଉଛି ।
ରାଜ୍ୟରେ ପ୍ରଥମଥର ପାଇଁ ଝାରପଡା ଅଂଚଳର ଦୁଇଜଣ ଶିଶୁ ଚିହ୍ନଟ ହୋଇଥିବା ବେଳେ ଏହା ପରେ ପରେ ବାଲେଶ୍ୱର ଅଂଚଳରୁ ଜଣେ ଶିଶୁ ଚିହ୍ନଟ ହୋଇଗଲେ । ସେହିପରି ଜଣେ ଗର୍ଭବତୀ ମହିଳା ମଧ୍ୟ କରୋନା ଆକ୍ରାନ୍ତ ହୋଇ କଟକ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏଣୁ ଏହି ଶିଶୁ ଓ ଗର୍ଭବତୀ ମହିଳାଙ୍କର ଚିକିତ୍ସା ଏବେ ଏକ ଚ୍ୟାଲେଞ୍ଜ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *