ନିଜ ଜନ୍ମଦିନ ପାଳିବେନି ନବୀନ

ଭୁବନେଶ୍ୱର: ଆସନ୍ତାକାଲି ନିଜର ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନବୀନ ଏହି ନିଷ୍ପତ୍ତି ନେଇଛନ୍ତି । ପ୍ରତି ବର୍ଷ ବିଭିନ୍ନ ସ୍ଥାନରୁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ନବୀନ ନିବାସକୁ ଲୋକଙ୍କର ସୁଅ ଛୁଟିଥାଏ । କିନ୍ତୁ ଚଳିତ ବର୍ଷ ଓଡ଼ିଶାବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜନ୍ମଦିନ ପାଳନକୁ ବାରଣ କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ।

ନବୀନ କହିଛନ୍ତି, ଓଡ଼ିଶାବାସୀଙ୍କ ଭଲପାଇବା ଓ ଶୁଭେଚ୍ଛା ପାଇଁ ମୁଁ ଋଣୀ । ୮ ମାସ ହେଲା କୋଭିଡ୍ ଯୋଗୁ ସମସ୍ତେ କଠିନ ସମୟ ଦେଇ ଗତି କରୁଛନ୍ତି । ତେଣୁ ଆସନ୍ତାକାଲି ନବୀନ ନିବାସ ନଆସି ଗରିବ ଲୋକଙ୍କୁ ସାହାଯ୍ୟ କରିବା ସହ ରକ୍ତଦାନ ଓ ପ୍ଲାଜ୍ମା ଦାନ କରିବାକୁ ଅନୁରୋଧ କରିଛନ୍ତି । ରକ୍ତ ଦାନ କରିବା ଏବଂ ପ୍ଲାଜ୍ମା ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *