ଭଦ୍ରକର ତିନି ନୂଆ ପଜିଟିଭ୍ ପଶ୍ଚିମବଙ୍ଗ ଫେରନ୍ତା

ଭୁବନେଶ୍ୱର: ରାଜ୍ୟରେ ପୁଣି ଚିହ୍ନଟ ହୋଇଥିବା ତିନି ଜରଆକ୍ରାନ୍ତ ଭଦ୍ରକ ବାସୁଦେବପୁର ଅଂଚଳର ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ଏହି ତିନି ପଜିଟିଭଙ୍କ ପରେ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି । ଏହି ନୂତନ ତିନି ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ବୋଲି ମଧ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ୩୫, ୪୦ ଓ ୫୫ ବର୍ଷିୟ ପୁରୁଷ ରହିଛନ୍ତି । ଏହି ନୂତନ ତିନି ଆକ୍ରାନ୍ତଙ୍କ ପରେ ଭଦ୍ରକର ଆକ୍ରାନ୍ତଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଆକ୍ରାନ୍ତ ୧୧ଜଣଙ୍କ ମଧ୍ୟରୁ ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ୯ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଏହି ଆକ୍ରାନ୍ତ ମାନେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ଏବଂ କିପରି ସେମାନେ ପଶ୍ଚିମବଙ୍ଗରୁ ଲକ୍ ଡାଉନ୍ ସମୟରେ ଓଡ଼ିଶା ଫେରିଲେ ସେ ନେଇ ତନାଘନା ଚାଲିଛି ।
ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଅଂଚଳରେ ଗତ ତିନି ଦିନ ମଧ୍ୟରେ ହଠାତ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ପ୍ରଶାସନ ପାଇଁ ଏବେ ମୁଣ୍ଡ ବ୍ୟଥାର କାରଣ ସାଜିଛି ।

Spread the love

Leave a Reply

Your email address will not be published. Required fields are marked *