ପିଛା ଛାଡୁନି, ପୁଣି ୩ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟର ପିଛା ଛାଡୁନି କରୋନା । ସାମାନ୍ୟ ଅବହେଳା ଯୋଗୁ ପୁଣି ହୁ ହୁ ହୋଇ ବଢ଼ିଚାଲିଛି ଆକ୍ରାନ୍ତ ଓ ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ପୁଣି ୩ଜଣ କରୋନା ସଂକ୍ରମିତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ସ୍ୱାସ୍ଥ୍ୟ ବିଭାଗ ତାର ୱେବସାଇଟରେ ଏହି ତଥ୍ୟ ପ୍ରଦାନ କରିଛି । ଏହା ଦ୍ୱାରା ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮୨ରେ ପହଞ୍ଚିଛି ।
ଦୀର୍ଘ ଦିନ ଧରି କୌଣସି ପଜିଟିଭ ନବାହାରିବା ପରେ ରାଜ୍ୟରେ କରୋନା ଏକ ପ୍ରକାର ନିୟନ୍ତ୍ରଣକୁ ଚାଲିଆସିଥିବା ମନେ ହୋଇଥିଲା । ପରେ ପରେ ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଅଂଚଳରେ ବ୍ୟାପକ ଭାବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଏହି ସଂଖ୍ୟା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି । ତେବେ ଏହି ତିନି ସଂକ୍ରମିତ ଭଦ୍ରକ ଅଂଚଳର ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କୁହାଯାଇଛି । ପ୍ରଶାସନ ପକ୍ଷରୁ ଆକ୍ରାନ୍ତମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଭଦ୍ରକରେ କରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ୧୧କୁ ବୃଦ୍ଧି ପାଇଛି । ଏହି ତିନି ଆକ୍ରାନ୍ତଙ୍କ ପରେ ବର୍ତ୍ତମାନ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ୫୧ଜଣ ରୋଗୀ ଚିକିତ୍ସିତ ହେଉଥିବା ବେଳେ ୩୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଜଣକର ମୃତ୍ୟୁ ହୋଇଥିବା କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *