ସୋଆରେ ଫାଇନାନ୍‌ସିଆଲ୍ ମାର୍କେଟ ବିଷୟରେ ଆଲୋଚନାଚକ୍ର

ଭୁବନେଶ୍ୱର , ୨୮/ ୩ : ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ଠାରେ ଶନିବାର ଫାଇନାନ୍ସିଆଲ୍ ମାର୍କେଟ ବିଷୟରେ ସଚେତନତା ସୃଷ୍ଟି ନିମନ୍ତେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି ।

ଗ୍ଲୋବାଲ୍ ମନି ଉଇକ୍ ପାଳନ ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।

ଏଥିରେ ସେବିର ଡେପୁଟି ଜେନେରାଲ୍ ମ୍ୟାନେଜର ଅଂଶୁମାନ ଦାସ, ସିଡିଏସ୍‌ଏଲ୍ ପକ୍ଷରୁ ସୋମନାଥ ମଜୁମ୍‌ଦାର ଓ ବିଏସ୍‌ଇର ସୌମ୍ୟ ରଞ୍ଜନ ଦାସ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଆଇବିସିଏସ୍‌ର ଡିନ୍ ପ୍ରଫେସର ଅନୁପ ସାମନ୍ତରାୟ ଏହି ସଭାରେ ସଭାପତିତ୍ୱ କରିଥିଲେ ।

“ ଇନ୍‌ଭେଷ୍ଟିଂ ଇନ୍ ଇଣ୍ଡିଆନ୍ କ୍ୟାପିଟାଲ୍ ମାର୍କେଟ୍‌ସ” ଉପରେ ଏକ କ୍ରିଏଟିଭ୍ ଆର୍ଟ ଓ ଟ୍ୟାଗ୍‌ଲାଇନ୍ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *