ଚଳିତ ମାସ ଶେଷ ସୁଦ୍ଧା ଦିନକୁ ହେବ ୩୦୦୦ କରୋନା ପରୀକ୍ଷା

ଭୁବନେଶ୍ୱର,୨୩ା୪: ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟରେ ଦୈନିକ ୩୦୦୦ କରୋନା ପରୀକ୍ଷା ପାଇଁ ନିଷ୍ପତିି ହୋଇଛି । ଏଥିାଇଁ ବଲାଙ୍ଗିର, ବାଲେଶ୍ୱର, ବାରିପଦା ଓ କୋରାପୁଟ ଠାରେ ଥିବା ମେଡିକାଲ କଲେଜ ହସ୍ପିଟାଲରେ ଲାବରୋଟାରୀମାନ ଖୋଲାଯିବ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ଉଚ୍ଚ ମନ୍ତ୍ରୀ ସ୍ତରୀୟ ବୈଠକରେ ଏଭଳି ଆଲୋଚନା ହୋଇଥିବା ପଂଚାୟତିରାଜ ଓ ପାନୀୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।
ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ବର୍ତମାନ ରାଜ୍ୟରେ ଦୈନିକ ପ୍ରାୟ ୨ହଜାର ନମୂନା ପରୀକ୍ଷା ହେଉଥିବାବେଳେ ତାହାକୁ ୩ହଜାରକୁ ବୃଦ୍ଧି କରାଯିବ । କେବଳ ଚାରୋଟି ମେଡିକାଲ କଲେଜ ନୁହେଁ ଭୁବନେଶ୍ୱର ଠାରେ ଥିବା ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ କରୋନା ପରୀକ୍ଷା ଆରମ୍ଭ ସହିତ ଆଇଏଏଲଏସର ପରୀକ୍ଷା କ୍ଷମତା ୪୫୦କୁ ବଢାଇବ। ପାଇଁ ସ୍ଥିର ହୋଇଛି ।
ସେହିଭଳି ବାହାର ରାଜ୍ୟରୁ ଓଡିଶାକୁ ଆସିବାକୁ ଥିବା ଶ୍ରମିକମାନଙ୍କର ଯେଭଳି ସେମାନେ ଅଟକିଥିବା ସ୍ଥାନରେ କରୋନା ପରୀକ୍ଷା କରାଯାଇ ପାରିବ ସେ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ହେବ । ଆସନ୍ତା କାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କ ସହ ଏ ନେଇ ଆଲୋଚନା ହେବାର ଅଛି । କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ ଅନ୍ୟ ପାରାମେଡିକମାନଙ୍କୁ ଅଧିକ ପ୍ରୋତ୍ସାହନ ରାଶି ଦେବାପାଇଁ ବୈଠକରେ ଆଲୋଚନା ହୋଇଛି । ତେବେ ଏ ସଂକ୍ରାନ୍ତରେ କୌଣସି ନିଷ୍ପତି ହୋଇପାରି ନାହିଁ ।
ମନ୍ତ୍ରୀ ଶ୍ରୀ ଜେନା ଜେନା କହିଛନ୍ତି ଯେ କରୋନା ବ୍ୟାପୁଥିବା ତିନି ଜିଲ୍ଲା ଭଦ୍ରକ, ବାଲେଶ୍ୱର ଓ ଯାଜପୁର ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି । ପଂଚାୟତରେ ଥିବା କ୍ୱାରେଟାଂଇନରେ ରହିବା, ଖାଇବା ଓ ଚିକିତ୍ସା ଆଦିକୁ ମାଗଣା କରାଯାଇଥିବାବେଳେ ରାଜ୍ୟ ବାହାରୁ ଆସୁଥିବା ଶ୍ରମିକମାନଙ୍କ ପଞ୍ଜିକରଣ ଲାଗି ପଂଚାୟତ ସ୍ତରରେ ଏକ କମିଟି ଗଠନ କରାଯିବ । ସରପଂଚଙ୍କ ଅଧ୍ୟକ୍ଷତାରେ ଗଠନ ହେବାକୁ ଥିବା ଏହି କମିଟିରେ ପଂଚାୟତ ସମ୍ପ୍ରସାରଣ ଅଧିକାରୀ, ଗ୍ରାମ ରୋଜଗାର ସେବନ ଓ ତିନି ଜଣ ଶିକ୍ଷକ ରହିବେ ।
ସେହିପରି ପଶ୍ଚିମବଙ୍ଗ ସହିତ ଓଡିଶାକୁ ଲାଗିଥିବା ସୀମା ବଡ ହୋଇଥିବାରୁ ଏହାକୁ ସମ୍ପୂର୍ଣ୍ଣ ସିଲ୍ କରିବା ସମ୍ଭବପର ନୁହେଁ । ତେଣୁ ଯେଉଁମାନେ ସୀମା ଆରପଟୁ ଓଡିଶାକୁ ଆସୁଛନ୍ତି ସେମାନଙ୍କୁ ବୁଝାଇ ସୁଝାଇ କ୍ୱାରେଟାଂଇନ ଗୃହରେ ରଖିବାପାଇଁ ଚେଷ୍ଟା କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *