ଯାଜପୁରରୁ ପୁଣି ୪ଜଣ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଯାଜପୁରରୁ ପୁଣି ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ଫଳରେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି । ଏହି ୪ଆକ୍ରାନ୍ତଙ୍କ ମଧ୍ୟରୁ ତିନିଜଣ ମହିଳା ଓ ଜଣେ ପୁରୁଷ ଥିବା ମଧ୍ୟ ଜଣାପଡିଛି । ସବୁଠାର ଚିନ୍ତାଜନକ ହେଉଛି ଯେ ମହିଳାଙ୍କ ମଧ୍ୟରେ ଜଣେ ୭୦ବର୍ଷ ଓ ଜଣେ ୮୦ ବର୍ଷ ବୟସ୍କା ବୃଦ୍ଧା । ସେହିପରି ଅନ୍ୟ ମହିଳାଙ୍କର ବୟସ ୪୮ ବୋଲି ଜଣାପଡିଛି । ଆକ୍ରାନ୍ତ ପୁରୁଷଙ୍କର ବୟସ ୨୧ ବୋଲି ସୂଚନା ଦିଆଯାଇଛି ।
ବର୍ତ୍ତମାନ ସୁଦ୍ଧା ଯାଜପୁରରୁ ଚିହ୍ନଟ ୧୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୂୁ ଜଣେ ମାତ୍ର ସୁସ୍ଥ ହୋଇ ଘରକୁ ଫେରିଛନ୍ତି, ଅନ୍ୟ ୧୧ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ନୂତନ ୪ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ଜଣେ ଆକ୍ରାନ୍ତଙ୍କର ସଂପର୍କୀୟ ବୋଲି ମଧ୍ୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଅନୁରୂପ ଭାବେ ରାଜ୍ୟର ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ୮୭ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣେ ମୃତ୍ୟୁବରଣ କରିଛନ୍ତି । ଅନ୍ୟ ୫୩ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *