୯୧ଜଣ ଚିହ୍ନଟ, ତିନିଶହ ଆଡକୁ ମୁହାଁଉଛି ଗଞ୍ଜାମ

ଭୁବନେଶ୍ୱର: ରାଜ୍ୟରେ ପୁଣି ଆଜି ମାତ୍ରାଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କେବଳ ସେତିକି ନୁହେଁ ଏହି ଘାତକ ଭୁତାଣୁ ୨ଜଣ ରୋଗୀଙ୍କର ଜୀବନ ମଧ୍ୟ ନେଇଛି । ଗୋଟିଏ ଦିନରେ ପୁଣି ୯୧ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨୮ରେ ପହଞ୍ଚିଥିବା ବେଳେ କେବଳ ଗଞ୍ଜାମର ଆକ୍ରାନ୍ତଙ୍କ ସଂଖ୍ୟା ତିନିଶହ ଆଡକୁ ମୁହାଁଇ ୨୯୨ରେ ପହଞ୍ଚିଛି ।

ସେହିପରି କେବଳ ଗଞ୍ଜାମର ଦୁଇଜଣଙ୍କର ଏହି କରୋନା କାରଣରୁ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ଫଳରେ ରାଜ୍ୟର ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି ।

ଚିହ୍ନଟ ହୋଇଥିବା ନୂତନ ପଜିଟିଭଙ୍କ ମଧ୍ୟରେ ଭଦ୍ରକର ୨୮ଜଣ, ବାଲେଶ୍ୱରର ୧୭ଜଣ, ଗଞ୍ଜାମର ୧୫ଜଣ, କଟକର ୧୨ଜଣ, ପୁରୀର ୭ଜଣ, କେନ୍ଦୁଝର ୪, ଖୋର୍ଦ୍ଧା ୩ଜଣ, ବଲାଙ୍ଗିର ୨ଜଣ, କେନ୍ଦ୍ରାପଡା, ସମ୍ବଲପୁର ଓ ସୁନ୍ଦରଗଡ଼ର ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହି ନୂତନ ଆକ୍ରାନ୍ତଙ୍କ ଫଳରେ ଗଞ୍ଜାମରେ ୨୯୨, ବାଲେଶ୍ୱରରେ ୧୧୯ ଓ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି । ସେହିପରି ପ୍ରଥମ କରି ସମ୍ବଲପୁରରେ କରୋନା ତାର ପାଦ ଥାପିଛି ।

Spread the love

Leave a Reply

Your email address will not be published. Required fields are marked *