ସମ୍ବଲପୁରରେ ପଶିଲା କରୋନା, ସରପଞ୍ଚ ବି ହେଲେ ରୋଗୀ

ଭୁବନେଶ୍ୱର: ରାଜ୍ୟରେ ପୁଣି ଚିହ୍ନଟ ହୋଇଛନ୍ତି ୯୧ ଜଣ କରୋନା ପଜିଟିଭ୍ । କେବଳ ସେତିକି ନୁହେଁ ରାଜ୍ୟର ଗୋଟିଏ ନୂଆ ଜିଲ୍ଲାରେ ମଧ୍ୟ ପାଦ ଥାପିଛି କରୋନା । ୯୧ଜଣ ପଜିଟିଭ୍ ମଧ୍ୟରୁ ଜଣେ ସମ୍ବଲପୁରର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଫଳରେ ସମ୍ବଲପୁର ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରିଛି । ସମ୍ବଲପୁରରେ କରୋନା ଚିହ୍ନଟ ହେବା ପରେ ରାଜ୍ୟରେ ୨୨ଟି ଜିଲ୍ଲାକୁ କରୋନା ଡେଇଁଥିବା ଜଣାପଡିଛି ।

ଗୋଟିଏ ପରେ ଗୋଟିଏ ଜିଲ୍ଲାରେ କରୋନା ତାର କାୟାବିସ୍ତାର କରିବା ରାଜ୍ୟ ତଥା ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । ସେହିପରି କରୋନା ଯୋଦ୍ଧା ଭାବେ ରାଜ୍ୟରେ କାର୍ଯ୍ୟ କରୁଥିବା ଜଣେ ସରପଞ୍ଚ ମଧ୍ୟ କରୋନାର ଶୀକାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ସରପଞ୍ଚମାନେ କରୋନା ରୋଗୀଙ୍କ ପାଇଁ ଆଗକୁ ବାହାରି କାର୍ଯ୍ୟ କରୁଥିବା ବେଳେ ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ସରପଞ୍ଚ କରୋନା ଚିହ୍ନଟ ହେବା ମଧ୍ୟ ଏବେ ଚିନ୍ତାର କାରଣ ସାଜିଛି । ଚିହ୍ନଟ ହୋଇଥିବା ୯୧ଜଣ ପଜିଟିଭଙ୍କ ମଧ୍ୟରୁ ୮୭ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୪ଜଣ ସ୍ଥାନୀୟ ଲୋକ ବୋଲି କୁହାଯାଇଛି । ଏହି ସ୍ଥାନୀୟ ଲୋକଙ୍କ ମଧ୍ୟରୁ ଜଣେ ସରପଞ୍ଚ ହୋଇଥିବାବେଳେ ଅନ୍ୟ ଜଣେ କରୋନା ପଜିଟିଭଙ୍କ ସଂପର୍କରେ ଆସିଥିଲେ ।

Spread the love

Leave a Reply

Your email address will not be published. Required fields are marked *