ବେଦାନ୍ତ ଲିମିଟେଡ୍ ପକ୍ଷରୁ ନକ୍ ଆଉଟ୍ କ୍ରିକେଟ୍ ଟୁର୍ଣ୍ଣାମେଂଟ୍

ଲାଞ୍ଜିଗଡ଼, ୨୪ ଏପ୍ରିଲ୍: ବେଦାନ୍ତ ଏନଭିଏନ୍ କଲୋନୀ ଗୋଲଡେନ୍ ସ୍ପୋର୍ଟସ୍ କ୍ଲବ୍ ପକ୍ଷରୁ ବେଦାନ୍ତ ଲିମିଟେଡ୍ ଲାଞ୍ଜିଗଡ଼ ୟୁନିଟ୍ ସହଯୋଗରେ ବାର୍ଷକ ୨୫ ଦିନିଆ ନକ୍ ଆଉଟ୍ କ୍ରିକେଟ୍ ଟୁର୍ଣ୍ଣାମେଂଟ୍-୨୦୧୯ ଆୟୋଜିତ ହୋଇଯାଇଛି । ଏହାର ଶେଷ ମ୍ୟାଚରେ ବସନ୍ତ ପଡ଼ା ବିଶ୍ୱନାଥ ପଡ଼ାକୁ ୬ ୱିକେଟ୍ ରେ ହରାଇ ବିଜୟୀ ହୋଇଛି । ଏହା ବେଦାନ୍ତ ନଗର ପ୍ଲେଗ୍ରାଉଣ୍ଡରେ ୨୫ ମାର୍ଚ୍ଚ ଠାରୁ ଆରମ୍ଭ ହୋଇ ଏପ୍ରିଲ୍ ୧୪ରେ ଶେଷ ହୋଇଥିଲା । ଏଥିରେ ୩୨ଟି ଟିମ୍ ୧୨ ଓଭର ବିଶିଷ୍ଟ ଆନ୍ତଃଗ୍ରାମ ଟୁର୍ଣ୍ଣାମେଂଟ୍ ରେ ଅଂଶଗ୍ରହଣ କରିଥିଲେ । ଏହାର ଆରମ୍ଭରେ ବେଦାନ୍ତ ଏନଭିଏନ୍ କଲୋନୀ ଏବଂ ବେଦାନ୍ତ ଟାଉନ୍ ଶିପ୍ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯାଇଥିଲା ।

ଏଥିରେ ବେଦାନ୍ତ ଟାଉନଶିପ୍ ବିଜୟୀ ହୋଇଥିଲା । ଶେଷ ମ୍ୟାଚରେ ବସନ୍ତପଡ଼ା ୪ ୱିକେଟ ହରାଇ ୯୫ ରନ୍ କରିଥିବାବେଳେ ବିଶ୍ୱନାଥପଡ଼ା ୯୪ ରନ୍ ରେ ଅଲ୍ ଆଉଟ୍ ହୋଇଯାଇଥିଲା । ଏଥିରେ ୨୨ ବଲ୍ ରେ ଶଙ୍କର ସର୍ବାଧିକ ୪୩ ରନ୍ କରିବାକୁ ସକ୍ଷମ ହୋଇଥିଲେ । ସେହିପରି ନବୀନ କୁମାର ୩ ୱିକେଟ ନେଇ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ । ଅଞ୍ଜିବ୍ ଶ୍ରେଷ୍ଠ ବୋଲର ହୋଇଥିଲେ । ଭୁତେଶ୍ୱର ହରି ଶ୍ରେଷ୍ଠ ଫିଲଡର ପୁରସ୍କାର ହାସଲ କରିଥିଲେ । ଅଜିତ୍ କୁମାର ପାତ୍ର ଶେଷ୍ଠ ୱିକେଟ କିପର୍ ହୋଇଥିଲେ । ରାମ ଚନ୍ଦ୍ର ଗୌଡ଼ ସର୍ବାଧିକ ଛକା ମାରିଥିଲେ । ସେହିପରି ନବୀନ କୁମାର ନାଇକ୍ ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଂଟ୍ ପୁରସ୍କାର ହାସଲ କରିଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ବେଦାନ୍ତ ଲିମିଟେଡ୍ ଲାଞ୍ଜିଗଡ଼ର ସିଓଓ ରାକେଶ ମୋହନ କହିଲେ, “ ଆମେ ସ୍ଥାନୀୟ ବାସିନ୍ଦାଙ୍କ ବିକାଶ ପାଇଁ କାର୍ଯ୍ୟ ଜାରି ରଖିଛୁ । ସେମି ଫାଇନାଲ୍ ମ୍ୟାଚ୍ ବେଶ୍ ଚିତାକର୍ଷକ ଥିଲା । ଏହା ଖେଳାଳିଙ୍କ ସ୍ପୋର୍ଟସମ୍ୟାନଶିପକୁ ଉଦଜୀବିତ କରି ପାରିଥିଲା । ଆମେ ଏଭଳି କାର୍ଯ୍ୟ ଦ୍ୱାରା କମ୍ୟୁନିଟି ବିକାଶକୁ ତ୍ୱରାନ୍ୱିତ କରୁଛୁ ।”

ଏହି ବାର୍ଷିକ ନକ୍ ଆଉଟ୍ ଟୁର୍ଣ୍ଣାମେଂଟ୍ ଗୋଲଡେନ୍ ସ୍ପୋର୍ଟସ୍ କ୍ଲବ୍ ଦ୍ୱାରା ଆୟୋଜିତ ହୋଇଥିଲା । ବେଦାନ୍ତ ଏନଭିଏନ୍ କଲୋନୀର ପବିତ୍ର ମାଝି, ରଘୁ ପାଣି, ଦୁଷ୍ମନ୍ତ ପ୍ରଧାନୀ, ରବି ମାଝି, ଜାଗି ପାଣି, ସୁପାରି ମାଝି, ଜିତେନ୍ଦ୍ର ମାଝି, ଶତ୍ରୁଘ୍ନ, ପାଟରା ମାଝି, ସୁମେଶ୍ ମାଝି, ରବି ଦଣ୍ଡସେଣା, ହରି ମାଝି, ବାସୁଦେବ ମାଝି, ପୁଙ୍ଗରୀ, କରୁଣା ସାହୁ ପ୍ରମୁଖ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦିତ କରିଥିଲେ ।

ଏଥିରେ ଅଂଶଗ୍ରହଣ କରିଥିବା ଟିମ୍ ମଧ୍ୟରେ ଗୋଲଡେନ୍ ସ୍ପୋର୍ଟସ୍ କ୍ଲବ୍, କୋଟରଗୁଡ଼ା, ଚମ୍ପାଦେଈପୁର, ବସନ୍ତପଡ଼ା, ଆମ୍ବାଡୋଳା, ଚଟିକୋଣା, ହରେକୃଷ୍ଣପୁର, ରାୟଗଡ଼ା, କମାରଡ଼ା, ଛତ୍ରପୁର, ସିଙ୍ଗପୁର, ଡାକୁଳଗୁଡ଼ା, ସରଦେଈପୁର, ଗୋପିନାଥପୁର, ବିଷମ କଟକ, ମୁନିଗୁଡ଼ା, ଲାଞ୍ଜିଗଡ଼, ଏନଭିଏନ୍, ରେଙ୍ଗୋପାଲି, ମେରିଙ୍ଗ, ରମଚନ୍ଦ୍ରପୁର, ଜଗନ୍ନାଥପୁର, ସୀତାପୁର, ବିଜେପୁର, ପାତ୍ରଗୁଡ଼ା, ବିଶ୍ୱନାଥପୁର, ଲାଞ୍ଜିଗଡ଼ ରୋଡ୍, ବାଟେଲିମା, ରିଲିଭିଙ୍ଗ ଷ୍ଟାର, ଦି ଗ୍ରେଟ୍ ଭାତଗୁଡ଼ା ଏବଂ ବେଦାନ୍ତ ଟାଉନଶିପ୍ ଆଦି ଟିମ୍ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *