ମହାରାଜ ଉଚ୍ଚ ବିଦ୍ୟାଳୟର ୮୨ ବ୍ୟାଚର ବନ୍ଧୁ ମିଳନ

ଭୁବନେଶ୍ଵର, ୨୮.୧୨: ପାରଳାଖେମୁଣ୍ଡି ସ୍ଥିତ ପୁରାତନ ମହାରାଜଙ୍କ ଉଚ୍ଚ ବାଳକ ବିଦ୍ୟାଳୟର ୮୨ ବ୍ୟାଚର ଛାତ୍ର ମାନଙ୍କର ଏକ ବନ୍ଧୁମିଳନ ତା ୨୭/୧୨ ରିଖରେ ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଛି ।

ଦୀର୍ଘ ୩୮ ବର୍ଷ ପରେ ଏହି ବନ୍ଧୁମିଳନ ଅନୁଷ୍ଠିତ ହୋଇଥିବାରୁ ପୁରାତନ ଛାତ୍ର ମାନଙ୍କ ମଧ୍ୟରେ ନବବର୍ଷର ଅବ୍ୟବହିତ ପୂର୍ବରୁ ଆନନ୍ଦର ଲହରୀ ଖେଳିବା ସହ ସମସ୍ତେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ପୂର୍ବକ ଅତୀତ ଦିନର ସ୍ମୂର୍ତିଚାରଣ କରିଥିଲେ ।

ରାଜ୍ୟର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ହୋଇଥିବା ଏହି ଉଚ୍ଚ ବିଦ୍ୟାଳୟର ଛାତ୍ରମାନେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପଦବୀରେ ଦାୟିତ୍ଵ ନିର୍ବାହ କରୁଛନ୍ତି ।

ଏହି ବନ୍ଧୁ ମିଳନରେ ଗଜପତି ଜିଲ୍ଲା ଏବଂ ପାରଳାଖେମୁଣ୍ଡି ସହର ବିକାଶର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା କରୁଥିବା ବ୍ୟକ୍ତି ବିଶେଷମାନଙ୍କୁ ଆସନ୍ତା ବର୍ଷ ପ୍ରାୟ ଶହେ ଜଣଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ବନ୍ଧୁମିଳନର ଆବାହକ ଗୌର ଚନ୍ଦ୍ର ମହାପାତ୍ର ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *