ସମସ୍ତଙ୍କୁ ସମାନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଜରୁରୀ

ଭୁବନେଶ୍ୱର, ୭.୪ : ସ୍ୱାସ୍ଥ୍ୟ ଅଧିକାର ଫୋରମ ତରଫରୁ ସମସ୍ତଙ୍କୁ ସମାନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଦାବିରେ ସ୍ୱାସ୍ଥ୍ୟ ଅଧିକାର ଅଭିଯାନର ଶୁଭାରମ୍ଭ ସ୍ଥାନୀୟ ହୋଟେଲ ସୁତୃପ୍ତିଠାରେ ଅନୁଷ୍ଠିତ ହୋଇଯାଇଅଛି । ବିଶେଷ ଭାବରେ ସ୍ୱାସ୍ଥ୍ୟ ସମସ୍ୟାର ଦୂରୀକରଣ ଓ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟର ଅଧିକାର ସମ୍ପର୍କରେ ଜଣାଇବା ପାଇଁ ଏହି ଅଭିଯାନ ରାଜ୍ୟର ୩୦ଗୋଟି ଜିଲ୍ଳାରେ କାର୍ଯ୍ୟ କରିବ ବୋଲି ଜନସ୍ୱାସ୍ଥ୍ୟ ଅଭିଯାନ ଓଡ଼ିଶାର ଆବାହକ ଗୌରାଙ୍ଗ ଚନ୍ଦ୍ର ମହାପାତ୍ର କହିଛନ୍ତି ।
ରାଜନୈତିକ ଦଳମାନେ ସ୍ୱାସ୍ଥ୍ୟ ଭଳି ପ୍ରମୁଖ ଅଙ୍ଗକୁ ନିର୍ବାଚନୀ ଇସ୍ତାହାରରେ ସ୍ଥାନ ଦେବା ଓ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ପୂର୍ବତନ ବରିଷ୍ଠ ପ୍ରଶାସକ ଅରବିନ୍ଦ ବେହେରା ।
ଉକ୍ତ ଅଭିଯାନରେ ଅତିଥି ଭାବରେ ଗୌରୀଶ୍ୟାମ ପଣ୍ଡା, ସନ୍ତୋଷ ପାତ୍ର, ପ୍ରଭାସ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ । ଅତିଥିମାନେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ ପୋଷ୍ଟର ଓ ସେଲ୍ଫି କର୍ଣ୍ଣର ‘ପେ ମାଇଁ ବିଲ୍’କୁ ଉଦ୍ଘାଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *