ନବରଙ୍ଗପୁର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଭାଷଣ

ଭୁବନେଶ୍ୱର,୬/୪/୨୦୧୯: ଆମର ନିର୍ବାଚନ ଇସ୍ତାହାରରେ ଚାଷୀ କଲ୍ୟାଣକୁ ଆମେ ଏକ ନମ୍ବରରେ ରଖିଛୁ । ଆମର କାଳିଆ ଯୋଜନାରେ ଏ ପର୍ଯ୍ୟନ୍ତ ୪୦ଲକ୍ଷ ଚାଷୀ ଉପକାର ପାଇଲେଣି । ମୁଁ ଆପଣଙ୍କୁ କଥା ଦେଉଛି, ବିଜୁ ଜନତା ଦଳ ସରକାର ଗଠନର ପ୍ରଥମ ଦିନରେ ହିଁ ବାକି ଥିବା ୨୫ଲକ୍ଷ ଚାଷୀ କାଳିଆ ଯୋଜନାର ଦୁଇଟି କିସ୍ତି ୧୦,୦୦୦ ଟଙ୍କା ଏକଥରକେ ପାଇବେ । କେହି ଜଣେ ବି ଚାଷୀ ବଞ୍ଚିତ ହେବେ ନାହିଁ । ଏବେ ନୁହେଁ କି କେବେ ନୁହେଁ । କେନ୍ଦ୍ରର ବଡ଼ ବଡ଼ ନେତାମାନେ ୫ବର୍ଷରେ ଥରେ ବି ଆସିଲେନି ନବରଙ୍ଗପୁର । ଭୋଟ ପରେ ବି ଆସିବେ ନାହିଁ । ଏବେ କେବଳ ଭୋଟ ପାଇଁ ଆସିଛନ୍ତି ।
ମୋର ପ୍ରିୟ ଭାଇଭଉଣୀମାନେ, ଆପଣମାନେ ଜବାବ ମାଗନ୍ତୁ । କେବିକେ ଯୋଜନା କାହିଁକି ବନ୍ଦ କଲେ ? ଏସ୍‍ସି/ଏସ୍‍ଟି ପିଲାଙ୍କ ଛାତ୍ରବୃତ୍ତି କାହିଁକି ବନ୍ଦ କଲେ ? ମହାନଦୀ ପାଣି କାହିଁକି ବନ୍ଦ କଲେ ? ଚାଷୀ ବୀମାରେ କାହିଁକି ଚାଷୀ ହଇରାଣ ? କୁଆଡ଼େ ଗଲା ୧୦ କୋଟି ଚାକିରି ? କୁଆଡ଼େ ଗଲା ନବରଙ୍ଗପୁର ପାଇଁ ନୂଆ ରେଳ ଲାଇନ୍‍ ? କୁଆଡ଼େ ଗଲା ସବୁ ଜମିକୁ ପାଣି ? ଓଡ଼ିଶା ଖର୍ଚ୍ଚ କଲା ୨୦ ହଜାର କୋଟି ଟଙ୍କା, କେନ୍ଦ୍ର ଦେଲା ୨୫୦ କୋଟି ଟଙ୍କା । କୋଉଠି ଥିଲେ ବନ୍ୟା, ବାତ୍ୟା, ମରୁଡ଼ି ସମୟରେ ?
ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଆପଣଙ୍କ ସେବା କରି ଚାଲିବି । ଆପଣମାନେ ମୋତେ ଆଶୀର୍ବାଦ କରନ୍ତୁ । ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ । ଦୁଇଥର । ଥରେ ଏମ୍‍ଏଲ୍‍ଏ ପାଇଁ ଓ ଆଉଥରେ ଏମ୍‍ପି ପାଇଁ । ଧନ୍ୟବାଦ ।

Spread the love

Leave a Reply

Your email address will not be published. Required fields are marked *