କଟକକୁ ଫେରିଲା କରୋନା, ପୁଣି ବାଲେଶ୍ୱରରୁ ଦୁଇ

ଭୁବନେଶ୍ୱର: କଟକକୁ ପୁଣି ଫେରିଛି କରୋନା । ସୁରତ୍ ଫେରନ୍ତା ଜଣେ ୩୪ ବର୍ଷିୟ ଯୁବକ କରୋନା ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ବାଲେଶ୍ୱରରୁ ମଧ୍ୟ ପୁଣି ଦୁଇଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ୫୦ ବର୍ଷିୟ ମହିଳା ରହିଥିବା ବେଳେ ଜଣେ ୨୬ ବର୍ଷିୟ ଯୁବକ ରହିଛନ୍ତି । ଏହି ଆକ୍ରାନ୍ତ ଦୁଇଜଣ କୋଲକତା ଫେରନ୍ତା ବୋଲି ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇରେ ପହଞ୍ଚିଥିବା ବେଳେ ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି । ସେହିପରି ରାଜ୍ୟର କରୋନା ପଜିଟିଭ୍ ସଂଖ୍ୟା ୧୭୩ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *