ଚତୁର୍ଦ୍ଦଶ ଏଲ୍‌ଏଲ୍‌ସିସି ଟେନିସ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଭୁବନେଶ୍ୱର ମିଡିଆ କ୍ଲବ୍‌କୁ ହରାଇଲା ମିଡିଆ ଏକାଦଶ
ଭୁବନେଶ୍ୱର ୦୮/୦୧: ଚତୁର୍ଦ୍ଦଶ ଏଲ୍‌ଏଲ୍‌ସିସି ଟେନିସ୍ ବଲ୍ ସଟ୍ ଗ୍ରାଉଣ୍ଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇଆର୍‌ସି ଭିଲେଜ୍ ସ୍ଥିତ ଏଲ୍‌ସିସି ଗ୍ରାଉଣ୍ଡ ଠାରେ ଉଦ୍‌ଘାଟିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ କର୍ପୋରେଟର ମାନସି ସୁନ୍ଦରାୟ ଯୋଗ ଦେଇଥିଲେ ।

ଏହି ଟୁର୍ଣ୍ଣାମେଣ୍ଟ ତିନିଦିନ ଧରି ଭୁବନେଶ୍ୱରର ୧୬ଟି ବଛାବଛା ଟିମ୍‌କୁ ନେଇ ଅନୁଷ୍ଠିତ ହେବ । ଆଜି ଅନୁଷ୍ଠିତ ଉଦ୍‌ଘାଟନୀ ମ୍ୟାଚ୍ ଭୁବନେଶ୍ୱର ମିଡିଆ କ୍ଲବ୍ ଓ ମିଡିଆ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବିଧାୟକ ଶ୍ରୀଯୁକ୍ତ ରାଉତ ଟସ୍ ପକାଇ ମ୍ୟାଚ୍ ଆରମ୍ଭ କରିଥିଲେ । ମିଡିଆ କ୍ଲବ୍‌ର ଅଧିନାୟକ ସୁକାନ୍ତ ରାଉତ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଏହି ୬ ଓଭର ବିଶିଷ୍ଟ ମ୍ୟାଚ୍‌ରେ ପ୍ରଥମେ ମିଡିଆ କ୍ଲବ୍ ବ୍ୟାଟିଂ କରି ୭ ଓି୍ୱକେଟ ହରାଇ ୬୩ ରନ୍ ସଂଗ୍ରହ କରିଥିଲେ । ଜବାବରେ ମିଡିଆ ଏକାଦଶ ୫ ଓଭର ଦୁଇଟି ବଲ୍‌ରେ ୩ ୱିକେଟ୍‌ରେ ମ୍ୟାଚ୍‌ଟିକୁ ଜିତି ନେଇଥିଲେ । ଏହି ମ୍ୟାଚ୍‌କୁ ଅଜୟ ଓ ପଂକଜ ପରିଚାଳନା କରିଥିବା ବେଳେ ଚକ୍ରଧର ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *