୯ଟି ସଂକଳ୍ପ ଆଧାରରେ ହେବ ଓଡିଶାର ସର୍ବାଙ୍ଗୀନ ବିକାଶ: ବିଜେପି

 ବିଜେପି ସରକାରକୁ ଆସିଲେ ଅନ୍ତୋଦୟ କରିବ ଗରିବଙ୍କ ଉତ୍ଥାନ, ନବ-ମଧ୍ୟବିତ ବର୍ଗ କରିବେ ନୂଆ ଓଡ଼ିଶାର ନିର୍ମାଣ
 ଶିଳ୍ପ ବିପ୍ଳବ ଦେବ ଓଡ଼ିଶାକୁ ନୂଆ ଆକାର, ସବୁ ଯୁବକ ଯୁବତୀଙ୍କୁ ମିଳିବ ଉତମ ଶିକ୍ଷା, କୌଶଳ ଏବଂ ରୋଜଗାର
 ବହୁତ ହେଲା ମହିଳାଙ୍କ ଅପମାନ, ନୂଆ ଓଡ଼ିଶାରେ ସୁନିଶ୍ଚିତ ହେବ ମହିଳାଙ୍କ ସୁରକ୍ଷା, ସ୍ୱାବଲମ୍ବନ ଓ ସ୍ୱାଭିମାନ
 ଜଳସେଚନ, ଉଚିତମୂଲ୍ୟ, ତଥା ଋଣରୁ ମୁକ୍ତି, ନୂଆ ଓଡ଼ିଶାରେ ମିଳିବ ଚାଷୀଙ୍କୁ ସମ୍ମାନ, ସମୃଦ୍ଧି ଏବଂ ଶକ୍ତି
 ମିଳିବ ବନଧନର ଉଚିତ ମୂଲ୍ୟ, ଜମିର ଅଧିକାର, ଜନଜାତିଙ୍କ ସବୁ ଆଶାକୁ ବିଜେପି ସରକାର କରିବ ସାକାର
 ମୌଳିକ ସୁବିଧାର ବଦଳିବ ଦୃଶ୍ୟ, ଘର, ପାଣି, ସଡକ, ବିଜୁଳିରେ ବନିବ ନୂଆ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ
 ସ୍ୱାସ୍ଥ୍ୟ ସୁବିଧାରେ ହେବ ନବନିର୍ମାଣ, ନୂଆ ଓଡ଼ିଶାର ପ୍ରତି ନାଗରିକ ହେବେ ଆୟୁଷ୍ମାନ
 ଭ୍ରଷ୍ଟାଚାର ଏବଂ ଗୁଣ୍ଡାଗର୍ଦ୍ଦିରୁ ମୁକ୍ତ ହେବ ନୂଆ ଓଡ଼ିଶା, ସଶକ୍ତ ଜନତାଙ୍କ ପୂରଣ ହେବ ଆଶା
 ସଂସ୍କୃତି ଏବଂ ପରମ୍ପରାକୁ ମିଳିବ ସର୍ବୋଚ୍ଚ ସମ୍ମାନ, ପୁଣି ଜାଗ୍ରତ ହେବ ଓଡ଼ିଶାର ସ୍ୱାଭିମାନ

ଭୁବନେଶ୍ୱର, ୦୭ ଅପ୍ରେଲ: ଓଡିଶାର ସର୍ବାଙ୍ଗୀନ ବିକାଶ ପାଇଁ, ଓଡିଶାରେ ବିକଳ୍ପ ଶାସନ ବ୍ୟବସ୍ଥା ପାଇଁ, ଏ ଶତାବ୍ଦିରେ ଓଡିଶାକୁ ପୃଥିବୀର ଏକ ମହତ୍ୱପୂର୍ଣ୍ଣ ସ୍ଥାନ ଭାବେ ଗଢିତୋଳିବା ପାଇଁ ନରେନ୍ଦ୍ର ମୋଦିଙ୍କ କଳ୍ପନାକୁ ସାକାର କରିବା କରିବା ପାଇଁ ବିଜେପି ପକ୍ଷରୁ ଆଜି ସାଢେ ୪ କୋଟି ଓଡିଆଙ୍କ ସାମ୍ନାରେ ୯ଟି ସଂକଳ୍ପ ଉପସ୍ଥାପିତ କରାଯାଇଛି ବୋଲି ଭୁବନେଶ୍ୱର ଠାରେ ଆଗାମୀ ନିର୍ବାଚନ ପରପ୍ରେକ୍ଷୀରେ ଓଡିଶାବାସୀଙ୍କ ପାଇଁ ବିଜେପିର ରାଜ୍ୟବାସୀଙ୍କୁ ଦୃଢ ପ୍ରତିଶ୍ରୁତି ସମ୍ବଳିତ ୫୨ ପୃଷ୍ଠାର ଦସ୍ତାବିଜର ଲୋକାର୍ପଣ ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୯୩୬କୁ ଓଡିଶାକୁ ଭାଷାଭିତିକ ରାଜ୍ୟ ଭାବେ ୧୦୦ ବର୍ଷ ପୂରୁଥିବା ବେଳେ ଏହାର ବିକାଶର ଅଭିଯାନକୁ ତୀବ୍ର କରିବା ପାଇଁ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ନେତୃତ୍ୱରେ ବିଜେପି ଓଡିଶାରେ ଏକ ସର୍ବସମାବେଶୀ ନୂଆ ବିକଳ୍ପ ଦେବା ପାଇଁ ଠିଆହୋଇଛି । ବିଗତ ୫ ବର୍ଷ ଧରି ଗୋଟିଏ କଲ୍ୟାଣକାରୀ ଶାସନ ବ୍ୟବସ୍ଥା ସବ୍ କି ସାଥ ସବକି ବିକାଶ ଆଭିମୁଖ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତବର୍ଷ ପାଇଁ ଏକ ନୂଆ ବ୍ୟବସ୍ଥା ସଫଳତା ଦିଆଯାଇପାରିଛି ।
ଏହା ମଧ୍ୟରେ ବିଜେପି ନିଜ ସଂଗଠନକୁ ବଢାଇଛି । କଳା, ସଂସ୍କୃତି, ସାହିତ୍ୟ, ରାଜନୀତି ଭଳି ନେତୃତ୍ୱ, ଯୁବବର୍ଗ ଓ ସମାଜର ଅନେକ ବୁଦ୍ଧୀଜୀବୀ ଦଳରେ ଯୋଗଦେଇଛନ୍ତି । ବିଜେପି ଓଡିଶାରେ ଏଥର ବିକଳ୍ପ ଭାବେ ଦୁଇ ଦଶନ୍ଧିର ସ୍ଥାଣୁତା, ଅପାରଗତା, ଭ୍ରଷ୍ଟାଚାର, ସମ୍ବେଦନହୀନତା ଓ ମିଛ ସରକାରରକୁ ହଟେଇବାର ବିନମ୍ର ପ୍ରୟାସ କରିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅମିତ ଶାହଙ୍କ ଦୂରଦୃଷ୍ଟି କାରଣରୁ ଓଡିଶାର ଆଦିବାସୀ ଝିଅ ଯମୁନା ମଣି ଦେଶରେ ନାଁ କରିପାରିଛି, ହଳଧର ନାଗଙ୍କ ଭଳି ବ୍ୟକ୍ତି, ଚା’ ବିକାଳୀ ଡି.ପ୍ରକାଶ ରାଓ ଏବଂ ଆଦିବାସୀ ସଂପ୍ରଦାୟର କମଳା ପୂଜାରୀ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ପାଇଛନ୍ତି । ସେହିପରି ଭାରତବର୍ଷରେ ପ୍ରଥମ ଥର ରଘୁନାଥ ମହାପାତ୍ରଙ୍କ ଭଳି ଓଡିଶା ସମାଜର ଜଣେ ଅନନ୍ୟ ବ୍ୟକ୍ତିତ୍ୱ ରାଜ୍ୟସଭାକୁ ଯାଇଥିବା ବେଳେ କୋରାପୁଟ ବୁଣାକାର ପାଣିକା ଓ ପ୍ରଫୁଲ କରଙ୍କ ଭଳି ସଙ୍ଗୀତଜ୍ଞ ଆଜି ପଦ୍ମ ପୁରସ୍କାରରେ ସ୍ୱୀକୃତି ପାଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ବିଜେପି ସରକାରକୁ ଆସିଲେ ଅନ୍ତୋଦୟ ମାଧ୍ୟମରେ ଓଡିଶାର ଦାରିଦ୍ରତାକୁ ମୂଳତ୍ପାଟନ ନବ ମଧ୍ୟବିତ ବର୍ଗ କରିବେ ନୂଆ ଓଡିଶାର ବିକାଶ । ଏହାଦ୍ୱାରା ଓଡିଶାର ଗରିବ ଲୋକଙ୍କ ଜୀବନ ଶୈଳୀରେ ପରିବର୍ତନ ଆଣି ସେମାନଙ୍କୁ ନବ-ମଧ୍ୟବିତ କରାଯିବା ରାଜ୍ୟର ସମସ୍ତ ପଛୁଆ ଅଂଚଳର ବିକାଶ ପାଇଁ ସ୍ୱତନ୍ତ୍ର ବଜେଟ କରାଯିବ । ଓଡିଶାରେ ଦକ୍ଷ ମାନବ ସମ୍ବଳ, ଉଚ୍ଚମାନର ଖଣିଜ ପଦାର୍ଥ, ଉର୍ବର କୃଷିକ୍ଷେତ୍ର ଏବଂ ସର୍ବୋପରି ବିସ୍ତିର୍ଣ୍ଣ ବେଳାଭୂମି ରାଜ୍ୟ ବିକାଶର ଆଧାର ହେବ । ପୂର୍ବୋଦୟରୁ ନୂଆ ଭାରତର ଉଦୟ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ସେହିପରି ସେ କହିଛନ୍ତି ଯେ ଶିଳ୍ପ ବିପ୍ଳବ ମାଧ୍ୟମରେ ସବୁ ଯୁବକ ଯୁବତୀଙ୍କୁ ମିଳିବ ଉତମ ଶିକ୍ଷା, କୌଶଳ ଏବଂ ରୋଜଗାରର ଲମ୍ବା ଚିତ୍ର ଆଜି ସଂକଳ୍ପରେ ଉଲ୍ଲେଖ କରାଯାଇଛିା ଓଡିଶାର ରୋଜଗାର ରାଜସ୍ୱ ବଢାଇବା ପାଇଁ ଓଡିଶାକୁ ଦକ୍ଷିଣ-ପୂର୍ବ ଏସିଆର ସମସ୍ତ ପ୍ରକାର ବ୍ୟବସାୟିକ କାରବାରର ପ୍ରମୁଖ ପେଣ୍ଠସ୍ଥଳି ଭାବରେ ଗଢି ତୋଳିବାକୁ ଆମେ ରାଜ୍ୟର ଯୋଗାଣ କ୍ଷେତ୍ରକୁ ବିଶ୍ୱ ସହ ସଂଯୋଗ କରାଇବୁ । ରାଜ୍ୟର ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି/ଆତ୍ମନିଯୁକ୍ତି ସୁବିଧା ଦିଆଯିବ । ୨ ବର୍ଷ ଭିତରେ ରାଜ୍ୟରେ ଖାଲି ପଡିଥିବା ସମସ୍ତ ପଦବୀ ପୂରଣକୁ ସୁନିଶ୍ଚିତ କରାଯିବ ।
ସେହିପରି ଓଡିଶାରେ ମହିଳା ମାନଙ୍କ ଉପରେ ଅତ୍ୟାଚାର ଅକଥନୀୟ । ବିଜେପି ସରକାର ହେଲେ ୧୫ ବର୍ଷରୁ କମ୍ ବୟସର ବାଳିକାମାନଙ୍କ ସହ ଦୁଷ୍କର୍ମରେ ସମ୍ପୃକ୍ତ ଥିବା ଅପରାଧୀଙ୍କୁ ପ୍ରଥମେ ମୃତ୍ୟୁଦଣ୍ଡ ଦିଆଯିବ । ମୋଦି ସରକାର ଏହା ପାଇଁ କଡା ଆଇନ ପାସ କରିସାରିଥିବା ବେଳେ ଓଡିଶା ସରକାରରେ ଏହି ପଦକ୍ଷେପ ନିଆଯାଇନାହିଁ । ସେହିପରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନେଇଥିବା ସମସ୍ତ ବକେୟା ଋଣର ଏକକାଳୀନ ଛାଡ଼ ସୁବିଧା ସହ ୩ ଲକ୍ଷ ପର‌୍ୟ୍ୟନ୍ତ ସୁଧମୁକ୍ତ ଋଣ ପ୍ରଦାନ ପାଇଁ ୨୦୦୦ କୋଟି ଟଙ୍କାର ରିଭଲ୍ଭିଂ ଫଣ୍ଡ୍ ଗଠନ କରାଯିବ, ନୂଆ ଓ ପୁରୁଣା ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ମୂଳପୁଞ୍ଜି (ସିଡ୍ମନି) ପ୍ରଦାନ କରାଯିବ ।
ସେହିପରି ଜଳସେଚନ, ଉଚିତମୂଲ୍ୟ, ତଥା ଋଣରୁ ମୁକ୍ତି ଦିଆଯାଇ ନୂଆ ଓଡ଼ିଶାରେ ଚାଷୀଙ୍କୁ ସମ୍ମାନ, ସମୃଦ୍ଧି ଏବଂ ଶକ୍ତି ମିଳିବ ।
୧ ଲକ୍ଷ କୋଟି ଟଙ୍କାର ପାଣ୍ଠି ମାଧ୍ୟମରେ ଜଳସେଚନକୁ ବିସ୍ତାର କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଲାଗୁ କରିନଥିବା ବେଳେ ବିଜେପି ସରକାର ହେଲେ ଓଡିଶାରେ ପିଏମ୍ କିଷାନର ଶତ ପ୍ରତିଶତ କ୍ରିୟାନ୍ୱୟନ ହେବ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଜନଜାତିଙ୍କ ସବୁ ଆଶାକୁ ବିଜେପି ସରକାର ସାକାର କରିବ । ବନଧନର ଉଚିତ ମୂଲ୍ୟ, ଜମିର ଅଧିକାର ମିଳିବ । ସବୁ ଲଘୁ ବନଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୁଲ୍ୟ ସ୍ଥିର ହେବାସହ ସପ୍ତାହକ ମଧ୍ୟରେ ଅର୍ଥ ପ୍ରଦାନ କରାଯିବ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ନୂଆ ଓଡିଶା ପାଇଁ ଘର, ପାଣି, ସଡକ, ବିଜୁଳିରେ ବନିବ ନୂଆ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟ ହେବ । ପ୍ରତ୍ୟେକ ପରିବାର ୨୦୨୨ ସୁଦ୍ଧା ପଟ୍ଟା ସହ ପକ୍କା ଘରେ ରହିବ । ସବୁ ଘରକୁ୨୪ ଘଂଟିଆ ପାଇପ୍ ଯୋଗେ ପାଣି ଏବଂ ବିଜୁଳି ଯୋଗାଣ ହେବ ।
ସେହିପରି ସ୍ୱାସ୍ଥ୍ୟ ସୁବିଧାରେ ନବନିର୍ମାଣ ହେବ । ବିଜେପି ସରକାର ଆସିବା ମାତ୍ରେ ହିଁ ‘ଆୟୂଷ୍ମାନ ଭାରତ’ ଲାଗୁ ହେବ । ଓଡ଼ିଶା ନ୍ୟୁଟ୍ରେସନ୍ ମିଶନ୍ ମାଧ୍ୟମରେ ଅପପୁଷ୍ଟିର ଯୁଦ୍ଧକାଳୀନ ଭିତିରେ ମୁକାବିଲା କରାଯିବ । ସବୁ ଜିଲ୍ଲାରେ ମେଡ଼ିକାଲ କଲେଜ୍ ପ୍ରତିଷ୍ଠା ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଭ୍ରଷ୍ଟାଚାର ଏବଂ ଗୁଣ୍ଡାଗର୍ଦ୍ଦିରୁ ଓଡ଼ିଶା ମୁକ୍ତ ହେବ । ଗୁଣ୍ଡା ଓ ସମାଜ ବିରୋଧି ତତ୍ୱଙ୍କ ଉପରେ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ବେଆଇନ ଖଣି ଖନନ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଓ ଖଣି ମାଫିଆଙ୍କ ଉପରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ନିଆଯିବ ।
ଏତଦବ୍ୟତିତ ସଂସ୍କୃତି ଏବଂ ପରମ୍ପରାକୁ ସର୍ବୋଚ୍ଚ ସମ୍ମାନ ମିଳିବ ଓ ଓଡ଼ିଶାର ସ୍ୱାଭିମାନ ପୁଣି ଜାଗ୍ରତ ହେବ । ଓଡ଼ିଶା ପ୍ରଶାସନରେ ଓଡ଼ିଆ ଭାଷାର ପ୍ରଚଳନ କଡ଼ାକଡ଼ି ଭାବେ ଏବଂ ପ୍ରକୃତ ଅର୍ଥରେ କରାଯିବ । ୧୫ଟି ଟୁରିଜିମ୍ ସର୍କିଟ୍ ମାଧ୍ୟମରେ ଓଡ଼ିଶାକୁ ସାରା ବିଶ୍ୱର ପର୍ଯ୍ୟଟନର ହଟସ୍ପଟ କରାଯିବ । ଖୋର୍ଦ୍ଧାର ବରୁଣେଇ ପାହାଡ଼ ତଳେ ବକ୍ସି ଜଗବନ୍ଧୁଙ୍କ ବିଶାଳ ପ୍ରତିମୂର୍ତୀ ସହ ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ କରାଯିବ ବୋଲି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *