ବିଜୁ ଜୟନ୍ତୀରେ ଫଳ ବଣ୍ଟନ

ଭୁବନେଶ୍ୱର ୫/୩: ଜନନାୟକ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ଅବସରରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ରାଜଧାନୀ ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଚିକିତ୍ସାଳୟର ଡାଇରେକ୍ଟର ଲକ୍ଷ୍ମିଧର ସାହୁଙ୍କ ଉପସ୍ଥିତିରେ ବି.ଜେ.ଡି. ଜିଲ୍ଲା ସଭାପତି ତଥା ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଏହି ଫଳ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଦଳର ଉପଦେଷ୍ଟା ସମରେନ୍ଦ୍ର ସାହୁ, ସୁଦାମ ସ୍ୱାଇଁ, ରମାନାଥ ସାମନ୍ତରାୟ, ରଣଜିତ ମହାପାତ୍ର, ନରେନ ସାହୁ, ବିଜୟ ଶାସମଲ, ବସନ୍ତ ସାହୁ, ସୌମ୍ୟରଞ୍ଜନ ଦାସ ପ୍ରମୁଖ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତାମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏଲ୍‌.ପି. ଟିମ୍ ତରଫରୁ ରମାକାନ୍ତ ସ୍ୱାଇଁ, ଅନିରୁଦ୍ଧ ଲେଙ୍କା, ଦିଲିପ୍ ସାହୁ, ଚିତ୍ରଲେଖା ଆଚାର୍ଯ୍ୟଙ୍କ ନେତୃତ୍ୱରେ ସଦସ୍ୟମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *