୨୪ ଘଂଟାରେ ୨୬୭ଜଣ ପଜିଟିଭ୍‌

ରାଜଧାନୀ ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ
ଭୁବନେଶ୍ୱର: ଭୁବନେଶ୍ୱର ସହରରୁ ବୁଧବାର ମୋଟ୍ ୨୬୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରେ ୭୧ ଜଣ ସଂଗରୋଧ ଓ ୧୯୬ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି । ସେହିପରି ୩୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି ।

ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରୁ ଆଜି ପର୍ଯ୍ୟନ୍ତ ୨୬,୨୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ୍ ହୋଇଥିବା ବେଳେ ଏଥିରୁ ୨୨,୮୬୭ ଜଣ ସୁସ୍ଥ ହୋଇସାରିଛନ୍ତି । ୩,୨୭୨ ଜଣ ଆକ୍ରାନ୍ତ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୧୨୩ ଜଣଙ୍କର ମୃତ୍ୟୁ ହୋଇଛି ।

ବୁଧବାର ସଂଗରୋଧରୁ ଚିହ୍ନଟ ସମସ୍ତ ୭୧ କରୋନା ପଜିଟିଭ୍ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ । ସେମାନଙ୍କ ମଧ୍ୟରେ ସହିଦନଗରରୁ ୫ ଜଣ, ବିଜେବି ନଗର, ଭୀମଟାଙ୍ଗୀ, ପୁରୁଣା ଭୁବନେଶ୍ୱରରୁ ୪-୪ ଜଣ, ୟୁନଟ୍ ୬, ପଳାଶୁଣୀ, ଶ୍ୟାମପୁର, ବରମୁଣ୍ଡା, ଚନ୍ଦ୍ରଶେଖରପୁରରୁ ୩ ଜଣ ଲେଖାଏଁ ରହିଛନ୍ତି । ସେହିପରି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ନୟାପଲ୍ଲୀରୁ ୧୯ ଜଣ, ବରମୁଣ୍ଡା ଓ ୟୁନିଟ ୯ରୁ ୧୦ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *