୪୮ ଘଣ୍ଟା ପାଇଁ ଯାଜପୁର ବି ସଟ୍ ଡାଉନ୍

ଭୁବନେଶ୍ୱର: ଯାଜପୁରରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ି ଯାଇଛି । ଫଳରେ ଭୁବନେଶ୍ୱର, ଭଦ୍ରକ ଓ କଟକ ପରି ଯାଜପୁର ଓ ବ୍ୟାସନଗର ପୌରାଞ୍ଚଳକୁ ସଂପୂର୍ଣ୍ଣ ସଟ୍ ଡାଉନ ଘୋଷଣା କରାଯାଇଛି ।
ଆଜି ରାତି ୮ଟାଠାରୁ ସୋମବାର ରାତି ୮ଟା ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ ସଟ୍ ଡାଉନ ରହିବ । ବିଶେଷ କରି ଚଣ୍ଡିଖୋଲ, ପାଣିକୋଇଲି, ସାଦକପୁର, ଚାରିଲଙ୍ଗଳ, ନେଉଳପୁର ସମେତ ପ୍ରତି ବ୍ଲକ ମୁଖ୍ୟାଳୟ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସଂକ୍ରମଣକୁ ରୋକିବା ପାଇଁ ଏପରି ପଦକ୍ଷେପ ନିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଯାଜପୁର ବ୍ରହ୍ମବରଦା ଅଂଚଳର ଜଣେ ଦିଲ୍ଲୀ ନିଜାମୁଦ୍ଦିନ ଫେରନ୍ତା ବ୍ୟକ୍ତିଙ୍କର କରୋନା ଚିହ୍ନଟ ହେବା ପରେ ବ୍ରହ୍ମବରଦା ଅଞ୍ଚଳକୁ ସିଲ କରାଯାଇଥିଲା । ପରେ ପରେ ସଂପୂର୍ଣ୍ଣ ଅଞ୍ଚଳକୁ ସଟ ଡାଉନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *