ଭାକ୍ସିନ ତିଆରି କରୁଛି ଭାରତୀୟ କମ୍ପାନୀ

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଭାକ୍ସିନ ତିଆରିରେ ଲାଗିଛି ଭାରତ ବାୟୋଟେକ କମ୍ପାନୀ । ନାକ ଜରିଆରେ ନେଇ ହେଉଥିବା ଏହି ଭାକ୍ସିନ ତିଆରିରେ ବୈଜ୍ଞାନିକ ମାନେ ଲାଗିପଡ଼ିଛନ୍ତି ।
ୟୁନିଭର୍ସିଟି ଅଫ ୱିସକୋନସିନ ମାଡିସନ, ଭାକ୍ସିନ ନିର୍ମାତା ଫ୍ଲୁଜେନର ଭାଇରୋଲୋଜିଷ୍ଟ ଭାରତର ବାୟୋଟେକ କମ୍ପାନୀ ସହ ମିଶି ଏହି କୋଭିଡ ୧୯ର ବିରୋଧରେ ଲଢ଼ିବା ପରି ଭାକ୍ସିନ କୋରୋଫ୍ଲୁ ତିଆରି କରୁଛନ୍ତି । ଏହି କୋରୋଫ୍ଲୁ କରୋନା ପାଇଁ ଏକ ବଳିଷ୍ଠ ଭାକ୍ସିନ ହେବ ବୋଲି ବୈଜ୍ଞାନିକ ମାନେ ଆଶାପୋଷଣ କରିଛନ୍ତି । ସାଧାରଣ ଫ୍ଲୁର ଭାକ୍ସିନ ଏମଟୁଏସଆରକୁ ଆଧାର କରି ଏହି ଭାକ୍ସିନ ତିଆରି ଚାଲିଛି ବୋଲି ଭାରତ ବାୟୋଟେକ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ଭାକ୍ସିନକୁ ସଂପୂର୍ଣ୍ଣ ପରୀକ୍ଷଣ ପାଇଁ ତିନିରୁ ୬ ମାସ ସମୟ ଲାଗିବ ବୋଲି ମଧ୍ୟ ସୂଚନା ଦିଆଯାଇଛି । ପରୀକ୍ଷଣ ସଫଳ ହେଲେ ଭାରତ ବାୟୋଟେକ ୩୦କୋଟି ଭାକ୍ସିନ ପ୍ରଥମ ପର୍ଯ୍ୟାୟରେ ତିଆରି କରିବ ବୋଲି ମଧ୍ୟ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *