ଦୈନିକ ୧୯ ଘଣ୍ଟା ସଟ୍ ଡାଉନ୍ ହେବ ଗଞ୍ଜାମ

ଭୁବନେଶ୍ୱର : ବୃଦ୍ଧି ପାଇ ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟର କଟକ, ଭୁବନେଶ୍ୱର, ଭଦ୍ରକ ସହର ପରେ ପରେ ଯାଜପୁର ଜିଲ୍ଲାକୁ ମଧ୍ୟ ୪୮ ଘଣ୍ଟିଆ ସଟ୍ ଡାଉନ କରାଯାଇଛି । ଗଞ୍ଜାମ ଅଂଚଳର ସର୍ବାଧିକ ଲୋକ ରାଜ୍ୟ ବାହାରେ କାର୍ଯ୍ୟ କରୁଥିବାରୁ ଏପରି ପରିସ୍ଥିତିକୁ ଦେଖି ଗଞ୍ଜାମ ଜିଲା ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲାକୁ ଆଂଶିକ ସଟ୍ଡ଼ାଉନ୍ କରାଯାଇଛି ।
ଗଞ୍ଜାମ ଜିଲ୍ଲାକୁ ଦୈନିକ ୧୯ ଘଣ୍ଟା ସଟ୍ ଡାଉନ କରାଯିବ ବୋଲି ଜିଲ୍ଳା ପ୍ରଶାସନ ସୂଚନା ଦେଇଛି । ଏହାସହ ଅତି ଜରୁରୀ କାର୍ଯ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି ନିମନ୍ତେ ସକାଳ ୭ରୁ ଦିନ ୧୨ ପର୍ଯ୍ୟନ୍ତ ଲୋକମାନଙ୍କୁ କୁହାଯାଇଛି । ତେବେ ବଜାର କରିବାକୁ ଯିବା ନିମନ୍ତେ ବାଇକ୍ ବା କୌଣସି ମୋଟର ଯାନ ବ୍ୟବହାର କରିପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।
ଅତି ଜରୁରୀ ଡ଼ାକ୍ତରୀ ସେବାର ଆବଶ୍ୟକ ଥିଲେ ତହସିଲଦାରଙ୍କ ଅନୁମତି କ୍ରମେ ସେମାନଙ୍କୁ ଯିବା ପାଇଁ ପାସ୍ ଯୋଗାଇ ଦିଆଯିବ ।
ଯେଉଁମାନେ ସରକାରୀ ନିର୍ଦେଶର ଉଲ୍ଲଙ୍ଘନ କରିବେ ସେମାନଙ୍କୁ କ୍ବାରେଣ୍ଟାଇନ୍ ହୋମକୁ ପଠାଇ ଦିଆଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ ଅଛି ।

Spread the love

Leave a Reply

Your email address will not be published. Required fields are marked *