୨ ପଜିଟିଭ୍: କରୋନାରେ ସାମିଲ ହେଲା ସୁନ୍ଦରଗଡ଼

ଭୁବନେଶ୍ୱର: କରୋନା ଆକ୍ରାନ୍ତ ଜିଲ୍ଲା ତାଲିକାରେ ସାମିଲ ହୋଇଛି ସୁନ୍ଦରଗଡ଼ ଜିଲ୍ଲା । ଗତକାଲି ଚିହ୍ନଟ ହୋଇଥିବା ୪ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ସୁନ୍ଦରଗଡ ଜିଲ୍ଲାର ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ଦୁଇଜଣ ସୁନ୍ଦରଗଡ଼ ବିଶ୍ରା ଅଞ୍ଚଳର । ଚିହ୍ନଟ ଦୁଇ ଆକ୍ରାନ୍ତ ରାଉରକେଲାର ହାଇଟେକ କୋଭିଡ ହସ୍ପିଟାଲରେ ଚିକିତ୍ସିତ ମଧ୍ୟ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ଦୁଇଜଣ ଜିଲ୍ଲାର ପ୍ରଥମ ଆକ୍ରାନ୍ତ ବୋଲି ମଧ୍ୟ ପ୍ରଶାସନ ସ୍ପଷ୍ଟ କରିଛି ।
ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ଏହି ଦୁଇ ମାମଲାର ଦିଲ୍ଲୀ ନିଜାମୁଦ୍ଦିନ ଲିଙ୍କ ରହିଛି । ତେବେ ଏହି ଦୁଇଜଣ ଚିହ୍ନଟ ହେବା ପରେ ବିଶ୍ରା ଅଂଚଳକୁ ସିଲ କରି ଏହାର କଣ୍ଟାକ୍ଟ ଟ୍ରେସିଂ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।
ସୁନ୍ଦରଗଡରୁ ପ୍ରଥମରୁ ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ନେଇ କଡା ପଦକ୍ଷେପ ନିଆଯାଉଥିବା ବେଳେ ଆଦୌ ଆକ୍ରାନ୍ତ ସ୍ପଷ୍ଟ ହୋଇନଥିଲେ । ମାତ୍ର ଏହି ଦୁଇ କରୋନା ଆକ୍ରାନ୍ତ ବାହାରିବା ପରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ଚିନ୍ତା ଆରମ୍ଭ ହୋଇଛି । ଏହି ଦୁଇ ଜଣଙ୍କ ସଂସ୍ପର୍ଶରେ କେତେଜଣ ଆସିଛନ୍ତି ଏବଂ ଆଉ କେତେ ଜଣ ଆକ୍ରାନ୍ତ ରହିଛନ୍ତି ତାହାକୁ ଖୋଜି ବାହାର କରିବା ତାଙ୍କ ପାଇଁ ମଧ୍ୟ ଏକ ଚ୍ୟାଲେଞ୍ଜ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *