ପୁଣି ୪ ପଜିଟିଭ ଚିହ୍ନଟ, ୫୪କୁ ବଢ଼ିଲା ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ପୁଣି ଆଉ ୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଛୁଇଁଲା । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍ ଓ ଟ୍ୱିଟର ପକ୍ଷରୁ ସୂଚନା ମିଳିଛି । ହେଲେ ଏହିି କରୋନା ସଂକ୍ରମିତ ବ୍ୟକ୍ତି କେଉଁ ଅଚଂଳର ଆଉ କାହା ସଂସ୍ପର୍ଶରେ ଆସିଛନ୍ତି ଜଣାପଡ଼ି ନାହିଁ ।
୫୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହୋଇ ଫେରିଛନ୍ତି ୧୨ଜଣ, ଜଣେ ମୃତ୍ୟୁ ବରଣ କରିଛନ୍ତି ଅନ୍ୟ ୪୧ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ହେଲେ ଏହି ୪୧ଜଣ ଚିକିତ୍ସିତଙ୍କ ଭିତରୁ ୩୫ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି ବୋଲି ଆଜି ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି ।
ସେ କହିଥିଲେ ୩୫ କରୋନା ସଂକ୍ରମିତଙ୍କ ଠାରେ କାଶ, ଥଣ୍ଡା, ଜ୍ୱର ଆଦି କୌଣସି ଲକ୍ଷଣ ଆଉ ଦେଖାଯାଉ ନାହିଁ ବୋଲି ସୂଚନା ଦେଇଛନ୍ତି । କିନ୍ତୁ କିଛି ଲକ୍ଷଣ ନଥିଲେ ବି ପଜେଟିଭ୍ ମିଳିଥିବାରୁ ଆମେ ହସ୍ପିଟାଲ ଆଣିଥିଲୁ ବୋଲି ସେ କହିଛନ୍ତି । ସେମାନେ ସମସ୍ତେ ଏହି କିଛି ଦିନ ମଧ୍ୟରେ ଡିସଚାର୍ଜ ହେବେ ବୋଲି ଆଶା କରାଯାଉଛି ବୋଲି ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *