ଭୁବନେଶ୍ୱର ବିମାନବନ୍ଦରରୁ ୧ କେଜି ସୁନା ଜବତ, ୨ ଅଟକ

ଭୁବନେଶ୍ୱର, ଜୁନ ୨୪: ସୁନା ଚୋରା ଚାଲାଣ କରିବାକୁ ଲୁଟେରା ମାନେ ବିମାନକୁ ଏକ ମାଧ୍ୟମ ଭାବରେ ଗ୍ରହଣ କରୁଥିବାର ଦେଖାଦେଇଛି। ଗତ କିଛି ମାସ ଧରି ରାଜ୍ୟର ମୁଖ୍ୟ ବିମାନବନ୍ଦରରୁ ବାରମ୍ବାର ବିଭିନ୍ନ ଯାତ୍ରୀଙ୍କଠାରୁ ବିପୁଳ ପରିମାଣର ସୁନା ଜବତ ହେବାରେ ଲାଗିଛି । ମାତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଗତ ଦୁଇ ଦିନ ତଳେ ଭୁବନେଶ୍ୱର ଏୟାରପୋର୍ଟରୁ ସୁନା ଜବତ କରାଯାଇଥିବା ବେଳେ ଆଜି ପୁଣି ଜବତ ହୋଇଛି ସୁନା।
ରବିବାର ବ୍ୟାଙ୍କକ ଓ ଦୁବାଇରୁ ଆସିଥିବା ୨ ଯାତ୍ରୀଙ୍କ ଠାରୁ ପ୍ରାୟ ୧ କେଜି ସୁନା ଜବତ କରିଛି ସୀମାଶୁଳ୍କ ବିଭାଗ । ୨ ଯାତ୍ରୀଙ୍କ ମଧ୍ୟରୁ ଜଣେ ଦିଲ୍ଲୀ ଓ ଅନ୍ୟ ଜଣେ ଓଡିଶା ଜଗତସିଂହପୁର ଜିଲ୍ଲାର ବୋଲି ଜଣାପଡ଼ିଛି । ଜବତ ସୁନାର ଆନୁମାନିକ ମୂଲ୍ୟ ୩୧ ଲକ୍ଷ ଟଙ୍କାରୁ ଅଧିକ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଏହି ଘଟଣାରେ ଦ୍ୱୟ ଯାତ୍ରୀଙ୍କୁ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି ।
ଗତ ଗୁରୁବାର ମଧ୍ୟ ଭୁବନେଶ୍ୱର ବିମାନବନ୍ଦରରୁ ଜଣେ ଦିଲ୍ଲୀ ଯାତ୍ରୀଙ୍କ ଠାରୁ ୯ ଲକ୍ଷ ୨୯ ହଜାର ଟଙ୍କା ମୂଲ୍ୟର ୨୯୫ ଗ୍ରାମର ସୁନା ଜବତ କରିଥିଲା କଷ୍ଟମ ବିଭାଗ। ଇତିମଧ୍ୟରେ ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦରରୁ ୨୦ରୁ ଅଧିକ ଥର ସୁନା ଜବତ ହୋଇଛି।

Spread the love

Leave a Reply

Your email address will not be published. Required fields are marked *