ନୟାଗଡରେ ବିଜେପିର ଦୁଇ ଗୋଷ୍ଠୀ ହାତାହାତି: ୨ ଜଣଙ୍କ ମୁଣ୍ଡ ଫାଟିଲା

ନୟାଗଡ, ଜୁନ ୨୪: ନୟାଗଡ ଜିଲ୍ଲାରେ ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ବିଜେପିର ଏକ ସଭା ଚାଲିଥିଲା ବେଳେ ଅନ୍ୟ ଏକ ଗୋଷ୍ଠୀ ଆକ୍ରମଣ କରିବାରୁ ୨ ଜଣ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି।

ମିଳିଥିବା ସୂଚନାନୁସାରେ, ଆଜି ନୟାଗଡର ଏକ ହୋଟେଲରେ ବୁଦ୍ଧିଜୀବୀ ସମ୍ମିଳନୀ ଚାଲିଥିଲା । ଯେଉଁଥିରେ ଜିଲ୍ଲାର ୧୦୦ ରୁ ଉର୍ଦ୍ଧ୍ୱ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ବିଜେପି ନେତ୍ରୀ ଇରାନୀ ରାୟ, ସୋମୋଶ ନାରାୟଣ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ। ତେବେ ବୈଠକ ଚାଲୁଥିଲା ବେଳେ ବିଜେପିର ଅନ୍ୟ ଏକ ଗୋଷ୍ଠୀ ଆସି ବୁଦ୍ଧିଜୀବୀଙ୍କୁ ଆକ୍ରମଣ କରିଥିଲେ। ସେମାନଙ୍କୁ ଡକାଯାଇନଥିବାରୁ ଗୋଷ୍ଠୀ ସଦସ୍ୟମାନେ ଏଭଳି କାଣ୍ଡ ଘଟଣାଇଥିଲେ। ପ୍ରଥମେ କଥା କଟାକଟି ହେବା ପରେ ତାହା ଉଗ୍ରରୂପ ନେଇଥିଲା। ଉଭୟ ପକ୍ଷର କର୍ମୀମାନେ ଉଭୟଙ୍କୁ ବିଧା, ଚାପୁଡା, ମୁଷ୍ଟି ମାଡ ମାରୁଥିବାର ଦେଖାଯାଇଥିଲା । ଚେୟାର ଉଠାଇ କର୍ମୀମାନେ ମଧ୍ୟ ପରସ୍ପରକୁ ମାରୁଥିଲେ। ମାରପିଟରେ ଉଭୟ ପକ୍ଷର ଦୁଇ ଜଣ କର୍ମୀଙ୍କ ମୁଣ୍ଡ ମଧ୍ୟ ଫାଟିଛି। କିଛି ସମୟ ଧରି ପରିସ୍ଥିତି ଉତ୍ତେଜନାମୂଳକ ଥିବାବେଳେ ଏବେ ପରିସ୍ଥିତି ଶାନ୍ତ ଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *