ରାଜଧାନୀରେ ନାହିଁ ଗୋଷ୍ଠୀ ସଂକ୍ରମଣ

ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରଥମ ପର୍ଯ୍ୟାୟ ସେରୋଲୋଜିକାଲ୍ ସର୍ଭେ ଶେଷ ହୋଇଛି । ରାଜଧାନୀରେ ୧.୪ ପ୍ରତିଶତ ଲୋକଙ୍କ ଭିତରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି ବୋଲି ଆରଏମ୍ଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି ।

ସାଧାରଣତଃ ସଂକ୍ରମଣ ହାର, ସଂକ୍ରମଣ ସ୍ଥିତି ଓ ଶରୀରରେ ଆଣ୍ଟିବଡ଼ିର ଅଗ୍ରଗତି ସମ୍ପର୍କରେ ଜାଣିବା ପାଇଁ ଏହି ସର୍ଭେ କରାଯାଉଛି । ଭୁବନେଶ୍ୱରରେ କମୁ୍ୟନିଟ୍, ହାଇରିସ୍କ ଓ ଗୋଷ୍ଠୀଗତ ଆଦି ୩ ପ୍ରକାର ସେରୋଲୋଜିକାଲ ସର୍ଭେ କରାଯାଇଥିଲା । ଭୁବନେଶ୍ୱରରେ ହାଇ ରିସ୍କ ସେରୋ ସର୍ଭେ ଓ କମୁ୍ୟନିଟ୍ ରିପୋର୍ଟ ଆସି ସାରିଛି । ଏହି ସେରୋ ସର୍ଭେରୁ ଜଣାପଡ଼ିଛି ଯେ ହାଇରିସ୍କ୍ ଗ୍ରୁପର ରିପୋର୍ଟ ଓ କମୁ୍ୟନିଟି ଗ୍ରୁପ ରିପୋର୍ଟର ସ୍ଥିତି ପ୍ରାୟ ସମାନ ରହିଛି । ଶହେ ଲୋକଙ୍କ ମଧ୍ୟରୁ ୧.୪ ପ୍ରତିଶତ ଲୋକଙ୍କ ଭିତରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି ।

ରାଜଧାନୀରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । ରାଜଧାନୀରେ ଜୁନ୍ ମାସର ସଂକ୍ରମଣ ସ୍ଥିତି ଜାଣିବା ଲାଗି ଜୁଲାଇ ମାସରେ ପ୍ରଥମ ପର୍ଯ୍ୟାୟ ସେରୋଲୋଜିକାଲ ସର୍ଭେ କରାଯାଇଥିଲା । ପୁଣି ଅଗଷ୍ଟ ମାସ ମଧ୍ୟ ଭାଗରେ ଆଉ ଥରେ ଦ୍ୱିତୀୟ ପର୍ଯ୍ୟାୟ ସେର୍ଭ ଆରମ୍ଭ ହେବ । ଏହି ସର୍ଭେରେ ଗତ ମାସର ସଂକ୍ରମଣ ଓ ଆଣ୍ଟିବଡ଼ି ଅଗ୍ରଗତି ଏବଂ ସଂକ୍ରମଣ ସ୍ଥିତି ସମ୍ପର୍କରେ ସର୍ଭେ କରାଯିବ । ଗଞ୍ଜାମ ଜିଲ୍ଲାରେ ଏହି ସର୍ଭେ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଗଞ୍ଜାମ ବିଭିନ୍ନ ସ୍ଥାନରୁ ୨୫ଶହ ସାମ୍ପଲକୁ ନେଇ ଏହି ସର୍ଭେ ହେବ । ଖୁବଶୀଘ୍ର କଟକ ଜିଲ୍ଲାର ବଡମ୍ବା ଓ ନରସିଂହପୁରରେ ମଧ୍ୟ ଏହି ସେରୋଲୋଜି ସର୍ଭେ ହେବ ବୋଲି ସେ କହିଛନ୍ତି ।

ସେହିପରି ଆଜି ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ ମଧ୍ୟ ଏହି ପ୍ରେସ୍ ବାର୍ତ୍ତାରେ କହିଛନ୍ତି ଯେ ବିଏମସି ଏରିଆରେ ଦୁଇଟି ଫେଜରେ ସେରୋ ସର୍ଭେ କରାଯାଇଥିଲା । ପ୍ରଥମ ଫେଜରେ ୯ଶହ ୫୧କମୁ୍ୟନିଟିରେ ଟେଷ୍ଟ କରାଯାଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ୧୬ଶହ ୧୪ଟି ଟେଷ୍ଟ କରଯାଇଛି । ଏହି ଦ୍ୱିତୀୟ ପର୍ଯ୍ୟାୟ ଟେଷ୍ଟଟି ସାଧାରଣତଃ ବିଏମସି କର୍ମଚାରୀ, ପୁଲିସ୍, ବ୍ୟାଙ୍କ କର୍ମଚାରୀ ଆଦିଙ୍କ କ୍ଷେତ୍ରରେ କରାଯାଇଥିଲା । ପ୍ରଥମ ଫେଜରେ ୧୫ ଓ ଦ୍ୱିତୀୟ ଫେଜରେ ୧୭ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେଣୁ ସର୍ଭେରୁ ଜଣାପଡ଼ିଛି ଯେ ଭୁବନେଶ୍ୱରରେ ଭୂତାଣୁ ସଂକ୍ରମଣ ଖୁବ୍ କମ୍ ରହିଛି । ଆଇସିଏମ୍ଆର ଓ ବିଏମସି କର୍ମଚାରୀ ମିଶି ଏହି ସର୍ଭେ କରିଥିଲେ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *