ଅଯୋଧ୍ୟାରେ ରାମମନ୍ଦିରର ଭୂମି ପୂଜନ, ଯୋଗଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ‘ଶ୍ରୀ ରାମ ଜନ୍ମଭୂମି ମନ୍ଦିର’ ଭିତ୍ତିପ୍ରସ୍ତର ସ୍ଥାପନ ସହିତ ସାଧାରଣ ସଭାରେ ଯୋଗଦେବେ ।

କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ହନୁମାନନଗରୀରେ ପୂଜା ଏବଂ ଦର୍ଶନ କରିବେ । ଏହା ପରେ ସେ ଶ୍ରୀ ରାମ ଜନ୍ମଭୂମି ସ୍ଥଳକୁ ଯାତ୍ରା କରିବେ ଯେଉଁଠାରେ ସେ ‘ଭଗବାନ୍ ଶ୍ରୀ ରାମଲାଲା ବିରାଜମାନ’ଙ୍କ ପୂଜା ଏବଂ ଦର୍ଶନ କରିବେ । ଏହାପରେ ସେ ଏକ ପାରିଜାତ ଚାରା ରୋପଣ କରିବେ ଏବଂ ପରବର୍ତ୍ତୀ ସମୟରେ ଭୂମି ପୂଜନ କରିବେ ।

ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ‘ଶ୍ରୀ ରାମ ଜନ୍ମଭୂମି ମନ୍ଦିର’ ଉପରେ ଏକ ସ୍ମାରକୀ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିବେ ।

Spread the love

Leave a Reply

Your email address will not be published. Required fields are marked *