ଭଦ୍ରକରୁ ପୁଣି ଜଣେ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର: ଭଦ୍ରକରେ ଆଉ ଜଣେ କରୋନା ପଜେଟିଭ୍ ଚିହ୍ନଟ । ତାଙ୍କର ବୟସ ୪୦ ବର୍ଷ ଏବଂ ସେ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଂଚଳର ବୋଲି ଜଣାପଡିଛି ।
ଏହି ଚିହ୍ନଟଙ୍କ ଫଳରେ ଭଦ୍ରକରେ କରୋନା ପଜେଟିଭ୍ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ସେ ପଶ୍ଚିମବଙ୍ଗରୁ ଫେରିଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୩୩ଜଣ ସୁସ୍ଥ ହୋଇଛନ୍ତି । ଜଣେ ମୃତ୍ୟୁବରଣ କରିଛନ୍ତି । ଅନ୍ୟ ୫୬ଜଣ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *