କରୋନା ଟିକା ପାଇଁ ପୁଣି ୯୦୦ କୋଟିର ପ୍ୟାକେଜ୍‌

ନୂଆଦିଲ୍ଲୀ, ୨୯ା୧୧: ପ୍ରଧାନମନ୍ତ୍ରୀ ଗତକାଲି ଦେଶର ୩ଟି ପ୍ରମୁଖ ଟିକା ଉତ୍ପାଦନକାରୀ ପ୍ରତିଷ୍ଠାନ ପରିଦର୍ଶନ କରିବା ପରେ ଆଜି ସରକାର କୋଭିଡ ଟିକା ବିକାଶ ମିଶନ୍ ପାଇଁ ୯୦୦ କୋଟି ଟଙ୍କାର ତୃତୀୟ ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହି ଆର୍ଥିକ ଅନୁଦାନ ବାୟୋଟେକ୍ନୋଲୋଜି ବିଭାଗକୁ ଭାରତରେ କୋଭିଡ ଟିକା ସମ୍ବନ୍ଧିତ ଗବେଷଣା ଏବଂ ବିକାଶ ପାଇଁ ପ୍ରଦାନ କରାଯିବ । ଯାହା ଫଳରେ ଟିକା ଉତ୍ପାଦନ କ୍ଷେତ୍ରରେ ଏହା ଅଧିକ ସହାୟକ ହୋଇପାରିବ ।

ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ କହିଛି ଯେ, ଏହି ଅନୁଦାନ ପ୍ରାୟ ୫ରୁ ୬ଟି ଟିକା ବିକାଶ ପ୍ରକ୍ରିୟାକୁ ଗତିଶୀଳ କରାଇପାରିବ । ମନ୍ତ୍ରଣାଳୟ କହିଛି ଯେ, ମୋଟ ୧୦ଟି କରୋନା ଟିକା ବିକାଶ ପାଇଁ ସହାୟତା ଯୋଗାଇ ଦେଉଛି । ସେଥିମଧ୍ୟରୁ ପାଞ୍ଚଟି ଟିକା ମାନବ ପରୀକ୍ଷଣ ସ୍ତରରେ ଥିବାବେଳେ ରୁଷର ସ୍ପୁଟନିକ-ଭି ଓ ଅନ୍ୟ ତିନିଟି ଟିକା ଉନ୍ନତ ପର୍ଯ୍ୟାୟରେ ରହିଛି ।

Spread the love

Leave a Reply

Your email address will not be published. Required fields are marked *