ଭଦ୍ରକରୁ ପୁଣି ୪ଜଣ କରୋନା ପଜିଟିଭ୍

ଭୁବନେଶ୍ୱର: ଭଦ୍ରକରୁ ଗୋଟିଏ ଦିନରେ ୫ଜଣ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି । ପୂର୍ବାହ୍ନରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ଆଉ ୪ଜଣ ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ନୂତନ ଭାବେ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ଧାମନଗର ଓ ତିହିଡି ବ୍ଲକର ବୋଲି ମଧ୍ୟ ସୂଚନା ଦିଆଯାଇଛି । ଏହି ବ୍ୟକ୍ତିମାନେ ନିକଟରେ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ ସେମାନଙ୍କର ବୟସ ୪୧ ବର୍ଷ, ୪୦ବର୍ଷ, ୨୯ ବର୍ଷ ଓ ୨୪ ବର୍ଷ ବୋଲି କୁହାଯାଇଛି । ଏମାନେ ସମସ୍ତେ ପୁରୁଷ ବୋଲି ମଧ୍ୟ କୁହାଯାଇଛି ।
ଏହି ନୂତନ ଆକ୍ରାନ୍ତଙ୍କ ଫଳରେ ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ୧୪ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ନୂତନ କରୋନା ଆକ୍ରାନ୍ତଙ୍କ ଫଳରେ ରାଜ୍ୟର ରୋଗୀଙ୍କ ସଂଖ୍ୟା ୯୪କୁ ବୃଦ୍ଧି ପାଇଛି । ୬୦ଜଣ ଆକ୍ରାନ୍ତ ବିଭିନ୍ନ ଡାକ୍ତରଖାନାରେ ଚିିକିତ୍ସିତ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *