ଆଉ ୯ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର, ୩୦/୩/୨୦୧୯: ଆଗାମୀ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ ରବିବାର ୯ ଆସନ ପାଇଁ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିଛନ୍ତି। କେଉଁ ନିର୍ବାଚନ ମଣ୍ଡଳୀରୁ କିଏ ବିଜେଡିର ପ୍ରାର୍ଥୀ ହୋଇଛନ୍ତି, ନିମ୍ନରେ ତାଲିକା ପ୍ରଦତ୍ତ କରାଯାଇଛି।

ପୂର୍ବରୁ ଆଶା କରାଯାଉଥିଲା ଯେ, ବିଜେଡି ଆଜି ୨୮ଟି ବିଧାନସଭା ଆସନ ଓ ୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ। ମାତ୍ର ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହେବା ପରେ ଆହୁରି ୧୯ଟି ଆସନ ଓ ୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ବାକି ଅଛି। ସେହିଭଳି ଆଜି ଘୋଷଣା ହୋଇଥିବା ୯ଟି ଆସନ ମଧ୍ୟରୁ ୫ଟିରେ ନୂତନ ପ୍ରାର୍ଥୀଙ୍କୁ ନବୀନ ଟିକେଟ ଦେଇଛନ୍ତି।

୯ ବିଧାନସଭା ଆସନ: ୧) କାକଟପୁର: ସୁରେନ୍ଦ୍ର ସେଠୀ, ୨) ନୀଳଗିରି: ସନ୍ତୋଷ ଖଟୁଆ, ୩) ଧାମନଗର: ରାଜେନ୍ଦ୍ର କୁମାର ଦାସ, ୪) ନିଆଳି: ପ୍ରମୋଦ ମଲ୍ଲିକ ,୫) ବାଲିକୁଦା-ଏରସମା: ରଘୁନନ୍ଦନ ଦାସ, ୬) ଜଗତସିଂହପୁର: ପ୍ରଶାନ୍ତ ମୁଦୁଲି, ୭) ପିପିଲି: ପ୍ରଦୀପ ମହାରଥୀ, ୮) ଆନନ୍ଦପୁର: ଭାଗିରଥୀ ସେଠୀ

Spread the love

Leave a Reply

Your email address will not be published. Required fields are marked *