ବଢ଼ିଲେ ସୁସ୍ଥ, କମିଲେ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଗତ ତିନି ଦିନ ଧରି ରାଜ୍ୟ ପାଇଁ ଶୁଭ ଖବର ମିଳୁଛି । ଆକ୍ରାନ୍ତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଛି । ଆଜି ୭୫ଜଣ ସୁସ୍ଥ୍ ହେବା ପଳରେ ରାଜ୍ୟରେ ଆକ୍ରାନ୍ତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ଟପିଯାଇଛି । ଫଳରେ ରାଜ୍ୟରେ ବର୍ତ୍ତମାନ ୧୬୬୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୮୮୭ଜଣ ସୁସ୍ଥ ହୋଇଥିବା ବେଳେ ୭୬୬ଜଣ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି । ଧିରେ ଧିରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କଠାରୁ ସୁସ୍ଥଙ୍କ ସଂଖ୍ୟା ବଢ଼ିବା ଏକ ଶୁଭ ସୂଚନା ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

ରାଜ୍ୟରେ ଆଜି ସୁସ୍ଥ ହୋଇଥିବା ୭୫ଜଣଙ୍କ ମଧ୍ୟରୁ ୨୫ଜଣ ଯାଜପୁର୍ ଜିଲ୍ଲାର ହୋଇଥିବା ବେଳେ ୧୯ଜଣ ଗଞ୍ଜାମ ଜିଲ୍ଲାରୁ ରହିଛନ୍ତି । ସେହିପରି କଟକ ଜିଲ୍ଲାରୁ ୯ଜଣ ସୁସ୍ଥ ହୋଇଥିବା ବେଳେ ପୁରୀରୁ ୮ଜଣ, ନୟାଗଡ଼ ଓ କେନ୍ଦ୍ରାପଡ଼ାରୁ ୩ଜଣ ଲେଖାଏଁ, କଳାହାଣ୍ଡି ଓ ବଲାଙ୍ଗିରରୁ ଦୁଇଜଣ ଲେଖାଏଁ, କେନ୍ଦୁଝର, ବୌଦ୍ଧ, ସମ୍ବଲପୁର ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ କରୋନା କବଳରୁ ମୁକୁଳିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *