ଓଡ଼ିଶୀ ସଂଗୀତ ଉତ୍ସବ ଏବଂ କର୍ମଶାଳା

ସମ୍ବଲପୁର, ୨୫/୨: ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଏବଂ ସମ୍ବଲପୁର କଳାପରିଷଦର ମିଳିତ ସହଯୋଗରେ ସମ୍ବଲପୁର ଜିଲ୍ଲା ପ୍ରେକ୍ଷାଳୟ “ତପସ୍ୱିନୀ” ଠାରେ ଆୟୋଜିତ ‘ଓଡ଼ିଶୀ ସଂଗୀତ ଉତ୍ସବ ଓ କର୍ମଶାଳାର’ ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ୟୁନିଭରସିଟିର କୁଳପତି ପ୍ରଫେସର ଡକ୍ଟର ସଂଜୀବ ମିତଲ୍ ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ା

ଆଜିର ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ୟୁନିଭରସିଟିର କୁଳପତି ପ୍ରଫେସର ଡକ୍ଟର ସଂଜୀବ ମିତଲ୍ ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ା

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶୀ ସଂଗୀତ ଏବଂ ନୃତ୍ୟର ପ୍ରଚାର ପ୍ରସାର ଦିଗରେ ନିରନ୍ତର କାର୍ଯ୍ୟ କରିଆସୁଥିବା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଓଡ଼ିଶୀ ଗବେଷଣା କେନ୍ଦ୍ର’ ତା’ର ପ୍ରୟାସ ଜାରି ରଖିଆସିଛି ା ଗବେଷଣା ବ୍ୟତୀତ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଏହି ଅନୁଷ୍ଠାନ ସଂଗୀତ ଏବଂ ନୃତ୍ୟ ସହିତ ବହୁ ବିଦ୍ୱାନ ମାନଙ୍କୁ ନେଇ ବିଭିନ୍ନ କର୍ମଶାଳା ଆୟୋଜନ କରିଆସୁଅଛି । ଓଡ଼ିଶୀ ସଂଗୀତ ଓଡ଼ିଶାର କଳା ସଂସ୍କୃତିର ଅନନ୍ୟ ପରିଚୟ । ସମସ୍ତଙ୍କର ଅନୁରୋଧକ୍ରମେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଏକ ଦୁଇଦିନିଆ (ଫେବୃୟାରୀ ୨୪ ଏବଂ ୨୫) “ଓଡ଼ିଶୀ ସଂଗୀତ ଉତ୍ସବ ଏବଂ କର୍ମଶାଳା” ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ସମ୍ବଲପୁର କଳାପରିଷଦର ସହଯୋଗରେ ଆୟୋଜନ କରିଛନ୍ତି ।

ଆଜିର ଉଦ୍‌ଯାପନୀ ଦିବସର ପ୍ରଥମ ପର୍ଯ୍ୟାୟରେ ଗାୟନ ପ୍ରସ୍ତୁତ କରିଥିଲେ ସୁଶ୍ରୀ ଲକ୍ଷ୍ମୀପ୍ରିୟା ନାୟକ (ଯାଜପୁର), ଶ୍ରୀକ୍ଷେତ୍ର ସୁନ୍ଦର (ବରଗଡ଼), ଗୁରୁ ବିନୋଦ ବିହାରି ପଣ୍ଡା (କେନ୍ଦୁଝର), ସୁଶ୍ରୀ ଆର୍ଯ୍ୟା ଆଦ୍ୟାଶକ୍ତି ତ୍ରିପାଠୀ (ପଦ୍ମପୁର), ଦଳଗତ ଗାୟନ ପ୍ରସ୍ତୁତ କରିଥିଲେ ପରାଶକ୍ତି ଶୁଭଦ୍ରିକା ଏବଂ ସାଥୀ, ଏକକ ସିତାର ବାଦନ ପ୍ରସ୍ତୁତ କରିଥିଲେ ଗୁରୁ ଶ୍ରୀ ସ୍ୱେପ୍ନେଶ୍ୱର ଚକ୍ରବର୍ତ୍ତୀ ।

କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଡ. ସଂଗୀତା ଗୋସାଇଁ ।

ପ୍ରକାଶ ଥାଉକି ଗତକାଲି ଭଳି ଆଜି ପୂର୍ବାହ୍ନରେ ଓଡ଼ିଶୀ ସଙ୍ଗୀତ ଏବଂ ତାଳର ସୁନ୍ଦର କର୍ମଶାଳରେ ବହୁ କଳାକାର ଯୋଗ ଦେଇଥିଲେ । ସେଠାରେ ଉପସ୍ଥିତ ସମସ୍ତେ ବହୁ ଆନନ୍ଦିତ ହୋଇଥିଲେ ଏବଂ ସମ୍ବଲପୁରର ବହୁ ବ୍ୟକ୍ତିବିଶେଷ ଅନୁରୋଧ କରିଛନ୍ତି ଯେ, ଓଡ଼ିଶୀ ସଙ୍ଗୀତର ପ୍ରଚାର ପ୍ରସାର ନିମନ୍ତେ ଓଡ଼ିଶୀ ସଂଗୀତର ଭଲ ଶିକ୍ଷକଙ୍କୁ ଏଠାରେ ନିୟାଜିତ କଲେ ଓଡ଼ିଶୀ ସଂଗୀତର ବହୁଳ ପ୍ରଚାର ପ୍ରଚାର ହୋଇପାରିବ ।

Spread the love

Leave a Reply

Your email address will not be published. Required fields are marked *