୬୩ଜଣ ନୂଆ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ୧୨

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଆଜି ପୁଣି ୬୩ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩ ହୋଇଛି ।

ନୂତନ ଭାବେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୨ଜଣ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁରରୁ ୧୧ଜଣ, ଢ଼େଙ୍କାନାଳରୁ ୯, ନୟାଗଡରୁ ୭, ବଲାଙ୍ଗିରରୁ ୬, ଗଞ୍ଜାମ ୪, ବାଲେଶ୍ୱର ଓ କଟକରୁ ୩ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୨, ପୁରୀ, ମୟୁରଭଞ୍ଜ, ସମ୍ବଲପୁର, କୋରାପୁଟ, ଝାରସୁଗୁଡା ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ୧୭୨୩ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୮୮୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୮୨୭ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଅପରପକ୍ଷରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । କେବଳ ସେତିକି ନୁହେଁ ବିଗତ ୫ ଦିନକୁ ଲକ୍ଷ୍ୟ କଲେ ମଧ୍ୟ ରାଜ୍ୟରେ ଧିରେ ଧିରେ କରୋନା ଚିହ୍ନଟଙ୍କ ସଂଖ୍ୟା ମଧ୍ୟ ଦୃତ୍ ବେଗରେ ହ୍ରାସ୍ ପାଉଛି । ଗତ ୨୫ ତାରିଖ ଦିନ ରାଜ୍ୟରେ ସର୍ବାଧିକ ୧୦୩ଜଣ ଚିହ୍ନଟ ହୋଇଥିବା ବେଳେ ୨୬ତାରିଖ ଦିନ ୭୯ଜଣ, ୨୭ ତାରିଖ ଦିନ ୭୬ଜଣ, ୨୮ ତାରିଖ ଦିନ ୬୭ ଜଣ ଓ ଆଜି ୬୩ଜଣ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା କମିବା ମଧ୍ୟ ଏକ ଶୁଭ ସୂଚନା ବୋଲି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *