ପୁଣି ୭୪ଜଣ, ହଜାରେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଖୋର୍ଦ୍ଧାରୁ ଜଣେ ମୃତ
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଛି । ଆଜି ପୂର୍ବାହ୍ନରେ ପୁଣି ୭୪ଟି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨ରେ ପହଞ୍ଚିଛି । କେବଳ ସେତିକି ନୁହେଁ, ଏହି କିଲର୍ କରୋନା ଆଉ ଜଣେ ବ୍ୟକ୍ତିଙ୍କର ମୁଣ୍ଡ ମଧ୍ୟ ନେଇଛି । ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି । ମୃତକଙ୍କ ବୟସ ୭୦ବର୍ଷ ହୋଇଥିବା ବେଳେ ସେ ଏମ୍ସରେ ଚିକିତ୍ସିତ ହେଉଥିଲେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

ସେହିପରି ୩୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ଦିଆଯାଇଛି । ଫଳରେ ରାଜ୍ୟରେ ମୋଟ ୩୪୩ଜଣ ସୁସ୍ଥ ହୋଇ ଘରକୁ ଫେରିପାରିଛନ୍ତି । ଗଞ୍ଜାମରୁ ୨୩ଜଣ ସୁସ୍ଥ ହୋଇଥିବା ବେଳେ ଯାଜପୁରରୁ ୫ଜଣ, ମୟୁରଭଞ୍ଜରୁ ୩ଜଣ, ପୁରୀ ଓ ଭଦ୍ରକରୁ ୨ଜଣ ଲେଖାଏଁ ଭଲ ହୋଇଥିବା ବେଳେ ରାଉରକେଲାରୁ ଜଣେ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ନୂତନ ଭାବେ ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରୁ ବୌଦ୍ଧରୁ ସର୍ବାଧିକ ୨୮ଜଣ ରହିଥିବା ବେଳେ, ପୁରୀରୁ ୧୧ଜଣ, କଟକରୁ ୯, ଖୋର୍ଦ୍ଧାରୁ ୭, ଗଞ୍ଜାମରୁ ୬, ଯାଜପୁରରୁ ୬, କେନ୍ଦ୍ରାପଡାରୁ ୨, ମାଲକାନାଗିରିରୁ ୨, ବାଲେଶ୍ୱର, ଢ଼େଙ୍କାନାଳ ଓ କନ୍ଧମାଳରୁ ଜଣେ ଲେଖାଏଁ ରହିଛନ୍ତି । ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧୩ରେ ପହଞ୍ଚିଥିବା ବେଳେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୪, ବାଲେଶ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ୧୨୨, ଖୋର୍ଦ୍ଧା ୭୧ ଓ ପୁରୀରେ ଆକ୍ରାନ୍ତଙ୍କ ସଂଖ୍ୟା ୪୪ରେ ପହଞ୍ଚିଛି ।

ସେହିପରି ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨ ହୋଇଥିବା ବେଳେ ୩୪୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ୭୦୩ଜଣ କରୋନା ରୋଗୀ ଏବେ ଚିକିତ୍ସିତ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *