ଫୋକସରେ ଗଞ୍ଜାମ, ପୁଣି ୧୦ କୋଭିଡ ଯୋଦ୍ଧା ପଜିଟିଭ୍

ଭୁବନେଶ୍ୱର: ବାରମ୍ବାର କରୋନା ଯୋଦ୍ଧା କରୋନା ପଜିଟିଭ୍ ଚିହ୍ନଟ ହେବା ଗଞ୍ଜାମ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି । ଆଜି ପୁଣି ୧୦ଜଣ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

କେବଳ ସେତିକି ନୁହେଁ ମୋଟ ୩୮ଜଣ କରୋନା ପଜିଟିଭ୍ ମଧ୍ୟ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ୱ । ବର୍ତ୍ତମାନ ପର୍ଯ୍ୟନ୍ତ ଗଞ୍ଜାମରେ ୮୯୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୬୫୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି କିଲର କରୋନା ୬ଜଣଙ୍କର ଜୀବନ ନେଇଥିବା ବେଳେ ୨୨୭ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଛତ୍ରପୁରରୁ ଜଣେ, ଗଞ୍ଜାମରୁ ଜଣେ, ପୋଲସରାରୁ ୩ଜଣ, ରଙ୍ଗେଇଲୁଣ୍ଡାରୁ ଜଣେ, ଭଞ୍ଜନଗରରୁ ଜଣେ ଓ କବିସୂର୍ଯ୍ୟନଗରରୁ ଜଣେ କରୋନା ଯୋଦ୍ଧା ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *