ମହିଳାଙ୍କ ବେକରୁ ସୁନାଚେନ୍ ଲୁଟ

ଭୁବନେଶ୍ୱର, ଅପ୍ରେଲ ୨୮: ରବିବାର ରାତିରେ ପୋଖରୀପୁଟ୍ ପେଟ୍ରୋଲ ପମ୍ପ ନିକଟରୁ ବାଇକ୍ ପଛରେ ବସି ଯାଉଥିବା ଜଣେ ମହିଳାଙ୍କ ବେକରୁ ସୁନାଚେନ୍ ଲୁଟ୍ ହୋଇଛି । ଲୁଟର ଶିକାର ହୋଇଥିବା ମହିଳା ଜଣକ ପଳାଶୁଣିରେ ରହୁଥିବା ପ୍ରିୟଙ୍କା ମହାରଣା । ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି ।
ସୂଚନା ଅନୁସାରେ, ମଥଶ୍ୱର ଥାନା ପଳାଶୁଣିରେ ରହୁଥିବା ଅନନ୍ତ କୁମାର ମହାରଣା ଓ ତାଙ୍କ ପତ୍ନୀ ପ୍ରିୟଙ୍କା ବାଇକରେ ଖଣ୍ଡଗିରିରେ ଏକ ବିବାହ ଭୋଜି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ । ଭୋଜି ଖାଇ ରାତି ୧୦ଟା ସମୟରେ ସେମାନେ ଘରକୁ ଫେରୁଥିଲେ । ପୋଖରୀପୁଟ ପେଟ୍ରୋଲ ପମ୍ପ ଠାରୁ ସେମାନେ ବାମପଟ କାରଗୀଲ୍ ରାସ୍ତା ଦେଇ ଯାଉଥିବା ସମୟରେ ହଠାତ୍ ବୀପରିତ ଦିଗରୁ ଏକ ବାଇକରେ ଆସୁଥିବା ଦୁଇ ଲୁଟେରା ସେମାନଙ୍କ ବାଇକ୍ ଆଗକୁ ଆସି ଯାଇଥିଲେ । ହଠାତ୍ କିଛି ବୁଝି ନପାରି ଅନନ୍ତ ବାଇକ୍ ଅଟକାଇ ଦେଇଥିଲେ ।

ଏହି ସମୟରେ ଦୁଇ ଲୁଟେରା ପ୍ରିୟଙ୍କାଙ୍କ ବେକରୁ ସୁନାଚେନ୍ ଝାମ୍ପି ନେଇଥିଲେ । ଅନନ୍ତ ପ୍ରତିବାଦ କରିବାବେଳକୁ ଦୁଇ ଲୁଟେରା ସୁନାଚେନ୍ ଛିଣ୍ଡାଇ ବାଇକରେ ଦ୍ରୁତ ଗତିରେ ଖଣ୍ଡଗିରି ଅଭିମୁଖେ ପଳାଇଥିଲେ । ଅନନ୍ତଙ୍କ ପାଟି ଶୁଣି ସେହି ରାସ୍ତାରେ ଯାଉଥିବା କିଛି ଲେକେ ଲୁଟେରାଙ୍କ ପିଛା କରିଥିଲେ । କିନ୍ତୁ ସେମାନେ ଲୁଟେରାଙ୍କ ପତ୍ତା ପାଇ ପାରିନଥିଲେ । ଖବରପାଇ ପିସିଆର ପୁଲିସ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *