ଅତି ଭୀଷଣ ବାତ୍ୟାର ରୂପରେ ‘ଆମ୍ଫାନ’

ଭୁବନେଶ୍ୱର: ଅତି ଭୀଷଣ ରୂପରେ ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ଗତି କରିବାରେ ଲାଗିଛି ବାତ୍ୟା ଆମ୍ଫାନ । ପୂର୍ବ ଆକଳନ ଠାରୁ ଦୁର୍ବଳ ହୋଇଥିଲେ ମଧ୍ୟ ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଗତି କରୁଛି । ସମୁଦ୍ର ମଧ୍ୟରେ ଏହାର ମହାବାତ୍ୟାର ରୂପ ଶେଷ ହୋଇଯାଇଛି ।
ପାରଦୀପଠାରୁ ଆମ୍ଫାନ ୪୨୦ କିଲୋମିଟର ଦୂରେ ରହି ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ଗତି କରୁଛି । ଆସନ୍ତାକାଲି ଏହା ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ୍ କରିବା ସମୟରେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ରହିବାର ସମ୍ଭାବନା ରହିଛି ।

ବାତ୍ୟାର ପ୍ରଭାବ ବିଶେଷ କରି ରାଜ୍ୟର ୬ଟି ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା ଓ କେନ୍ଦୁଝରର କିଛି ଅଞ୍ଚଳରେ ପଡିବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ପ୍ରବଳ ବର୍ଷା ସହ ପବନ ବହିବାର ସମ୍ଭାବନା ରହିଛି । ରାଜ୍ୟସରକାର ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *