ପୂର୍ଣ୍ଣଚନ୍ଦ୍ର, ଲଳିତ, ଇତିଶ୍ରୀଙ୍କୁ ମିଳିଲା ଗୁରୁ ଦାୟିତ୍ବ

ଭୁବନେଶ୍ୱର ତା.୭.୪.୨୦୧୯ରିଖ- ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ ଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ନିଯୁକ୍ତ କରିବା ସହ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି ।
ସେହିପରି ବଲାଙ୍ଗୀରର ଲଳିତ କୁମାର ନାୟକଙ୍କୁ ବିଜେଡି ରାଜ୍ୟ ସଂପାଦକ ସହ ବିଜେପୁର ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ଏବଂ ବିଜୁ ମହିଳା ଜନତା ଦଳ ରାଜ୍ୟ ଉପ-ସଭାନେତ୍ରୀ ଭାବେ ଶ୍ରୀମତୀ ଇତିଶ୍ରୀ ସାମଲଙ୍କୁ ନିଯୁକ୍ତ କରିଛନ୍ତି ।
ସେହିପରି ଯାଜପୁର ରୋଡ୍‍ର ଶ୍ରୀମତୀ ସବିତା ରାଉତ, ଭଦ୍ରକ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ମଳୟ କୁମାର ଜେନା, ଭଦ୍ରକ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ନାୟକ, ଭଦ୍ରକ ପୌରପାଳିକାର ପୂର୍ବତନ କାଉନ୍‍ସିଲର ପ୍ରଣୟ କୁମାର ଦାସ, ଭଦ୍ରକ ଆର୍‍ସିଏମ୍‍ଏସ୍‍ର ପୂର୍ବତନ ସଭାପତି ଶ୍ୟାମସୁନ୍ଦର ନାୟକ, ଭଦ୍ରକ ପୌରପାଳିକାର ପୂର୍ବତନ ଉପାଧ୍ୟକ୍ଷ ଏମ୍‍ଡି. ଜକାଉଲ୍ଲା, ଭଦ୍ରକର ପୂର୍ବତନ ବିଜେଡି ନଗର ସଭାପତି ତେହେର ମହମ୍ମଦ, ଭଦ୍ରକ ପୌରପାଳିକାର ପୂର୍ବତନ କାଉନ୍‍ସିଲର ଗୁଲାମ ଅଲ୍ଲୀ ଓ ହବିବୁଲ୍ଲ ରହେମାନ୍‍, ପୂର୍ବତନ ବିଜେଡି ଜିଲ୍ଲା କାର୍ଯ୍ୟକାରୀ କମିଟି ସଦସ୍ୟ ଏସ୍‍କେ. ନିଜାମୁଦ୍ଦିନ୍‍, ପାଟଣା ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ, ବଡ଼ବିଲର ବିଜୟ ମହାନ୍ତି, ଯୋଡ଼ା ପୌରପାଳିକାର ପୂର୍ବତନ କାଉନ୍‍ସିଲର ସନ୍ତୋଷ କୁମାର ବଳ, ମାତା ଜୈଶୱାଲ୍‍, ରବୀନ୍ଦ୍ର କୁମାର ଦାସ ଏବଂ ଚମ୍ପୁଆର ସୁବାସ ଚନ୍ଦ୍ର ରେମ୍‍ଙ୍କର ନିଲମ୍ବନ ଆଦେଶକୁ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ପ୍ରତ୍ୟାହାର କରିନେଇଛନ୍ତି ବୋଲି ଦଳର ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *