ପଞ୍ଜାବ: ନୂତନ ଜିଲ୍ଲା ଘୋଷଣାକୁ ଏବିଭିପିର ଦୃଢ ନିନ୍ଦା

ପଞ୍ଜାବ ସରକାରଙ୍କ ସାମ୍ପ୍ରଦାୟିକ ଆଧାରରେ ସମ୍ବିଧାନର ଆତ୍ମା ତଥା ମୂଲ୍ୟବୋଧ ବିରୁଦ୍ଧରେ ମଲେରକୋଟଲା ଜିଲ୍ଲାର ଘୋଷଣା ସମ୍ବିଧାନ ବିରୋଧି: ଏବିଭିପି
ଭୁବନେଶ୍ୱର ୧୬/୦୫: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପଞ୍ଜାବ ସରକାରଙ୍କ ଦ୍ଵାରା ନୂତନ ଜିଲ୍ଲା ମଲେରକୋଟଲା ଘୋଷଣାକୁ ଦୃଢ ନିନ୍ଦା କରିବା ସହ ସରକାରଙ୍କ ଏହି ନିଷ୍ପତି ସମ୍ବିଧାନର ଆତ୍ମା ତଥା ମୂଲ୍ୟବୋଧକୁ ନଷ୍ଟ କରୁଛି ବୋଲି ଏବିଭିପି ଅନୁଭବ କରୁଛି । ସାଧାରଣ ଜନତାଙ୍କୁ ଉନ୍ନତ ପ୍ରଶାସନ ତଥା ଉନ୍ନତ ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ନୂତନ ଜିଲ୍ଲା ଗଠନ କରିବାର ଅଧିକାର ରହିଛି । କିନ୍ତୁ ସମାଜକୁ ସନ୍ତୁଷ୍ଟ କରିବା ତଥା ରାଜନୈତିକ ସ୍ୱାର୍ଥ ହାସଲ କରିବା ଉଦ୍ଧେଶ୍ୟରେ ନୂତନ ଜିଲ୍ଲା ଘୋଷଣା କରିବା ଏହା ସମ୍ବିଧାନ ବିରୋଧି ଏବଂ ବିଭାଜନ କରିବା ପାଇଁ ଏକ ପଦକ୍ଷେପ ।

ସମାଜ ପାଇଁ ଏହା ଏକ ଲଜ୍ୟାଜନକ ବିଷୟ ଯେ ପଞ୍ଜାବର ମୁଖ୍ୟମନ୍ତ୍ରୀ ସାଂପ୍ରଦାୟିକ ଆଧାରରେ ଏକ ନୂତନ ଜିଲ୍ଲା ଗଠନ କରିଛନ୍ତି । ଇଦ ପର୍ବ ଦିନ ଏହା କହିଛନ୍ତି ମୁସଲମାନ ସାମ୍ପ୍ରଦାୟିକଙ୍କ ପାଇଁ ନୂତନ ଜିଲ୍ଲା ଏକ ଉପହାର ଅଟେ । ଏହା ସ୍ପଷ୍ଟ ଯେ ନିଜର ରାଜନୈତିକ ଭୋଟ ବ୍ୟାଙ୍କଙ୍କୁ ମଜବୁତ କରିବା ପାଇଁ ଏପରି ଏକ ନିଷ୍ପତି ନେଇଛନ୍ତି ।

ଏବିଭିପି ପଞ୍ଜାବର ରାଜ୍ୟ ସମ୍ପାଦକ କୁଦ୍ରତ ଜୋତ କାଉର କହିଛନ୍ତି ପଞ୍ଜାବ ସରକାର ଧର୍ମ ଆଧାରରେ ସମାଜକୁ ଭାଗ କରିବା ପାଇଁ କାର‌୍ୟ୍ୟ କରୁଛନ୍ତି ।ରାଜ୍ୟରେ ସ୍ଵାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ସମ୍ପୁର୍ଣ୍ଣ ପରିବର୍ତନ ଆଣିବାର ଆବଶ୍ୟକ ରହିଛି କିନ୍ତୁ ପଞ୍ଜାବ ସରକାର ଏହା ନକରି ନିଜର ରାଜନୈତିକ ସ୍ଵାର୍ଥପାଇଁ କାର‌୍ୟ୍ୟ କରୁଛନ୍ତି ।

ଏବିଭିପି ଓଡିଶାର ରାଜ୍ୟ ସମ୍ପାଦକ ସୌଭାଗ୍ୟ ମହାନ୍ତି କହିଛନ୍ତି ପଞ୍ଜାବ ସରକାରଙ୍କ ଏପରି ନିଷ୍ପତି ସମାଜକୁ ଯୋଡିବା ନୁହେଁ ବରଂ ସମାଜରେ ଜାତି ଧର୍ମ ଆଧାରରେ ବାଣ୍ଟିବାକୁ ଯୋଜନା କରିଛନ୍ତି ଏପରି ନିଷ୍ପତ୍ତିକୁ ଶ୍ରୀ ମହାନ୍ତି ନିନ୍ଦା କରିଛନ୍ତି ।

ଏବିଭିପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ନିଧୀ ତ୍ରିପାଠି କହିଛନ୍ତି ଯେ କଂଗ୍ରେସ ସର୍ବଦା ଆପତ୍ତିଜନକ ରାଜନୀତିକୁ ପ୍ରୋତ୍ସାହିତ କରିଆସିଛି । ସାମ୍ପ୍ରଦାୟିକ ଭିର୍ତ୍ତିରେ ଜିଲ୍ଲା ଘୋଷଣା କରି କ୍ୟାପଟେନ ଅମରିନ୍ଦିର ସମ୍ବିଧାନକୁ ଆଘାତ ଦେଇଛନ୍ତି । ଏହା ସାମ୍ପ୍ରଦାୟିକ ସଂଖ୍ୟା ଗରିଷ୍ଠ ସହରକୁ ସଂଯୋଗ କରି ଜିଲ୍ଲା କଦାପି ସୃଷ୍ଟି ହୁଏ ନାହିଁ ବରଂ ସମସ୍ତ ନାଗରିକଙ୍କ ପାଇଁ ମୌଳିକ ସୁବିଧା ସହଜରେ ଉପଲବ୍ଧ ହୋଇପାରିବ ଓ ସମସ୍ତ ସମସ୍ୟାର ସମାଧାନ ଶୀଘ୍ର ହୋଇ ପାରିବ ଏହି ଅଧାରରେ ଜିଲ୍ଲା ହୁଏ । କ୍ୟାପଟେନ ସରକାରଙ୍କ ଏହି ନିଷ୍ପତି ସମାଜର ଏକତା ଓ ଅଖଣ୍ଡତାକୁ କ୍ଷୁର୍ଣ୍ଣ କରୁଛି ।

Spread the love

Leave a Reply

Your email address will not be published. Required fields are marked *