ନିଆଁ ବର୍ଷୁଛି, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଏବେ ନିଆଁ ବର୍ଷୁଛି । ୧୩ଟି ସ୍ଥାନର ତାପମାତ୍ରା ଏବେ ୪୦ ଡିଗ୍ରୀ ଟପିଥିବା ବେଳେ ରାଜ୍ୟର ତାପମାତ୍ରା ୪୫ ଡିଗ୍ରୀ ଟପିଯାଇଛି । ରାଜ୍ୟର ସର୍ବାଧିକ ତାପମାତ୍ରା ଟିଟିଲାଗଡଠାରେ ରେକର୍ଡ କରାଯାଇଥିବା ବେଳେ ଏଠାକାର ତାପମାତ୍ରା ୪୫.୫ ଡିଗ୍ରୀ ସେଲସିଅସରେ ପହଞ୍ଚିଛି । ଫଳରେ ଟିଟିଲାଗଡ଼ର ଜନନୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

ସେହିପରି ଟିଟିଲାଗଡ଼ ସହ ତାଳଚେର ତାପମାତ୍ରା ୪୪.୯, ବଲାଙ୍ଗିର ୪୪.୮, ଭବାନୀପାଟଣା ୪୪.୬, ମାଲକାନାଗିରି ୪୨, ସୋନପୁର ୪୨.୨, ଅନଗୁଳ ୪୩.୫, ସମ୍ବଲପୁର ୪୩.୩, ହୀରାକୁଦ ୪୩.୩, ଫୁଲବାଣୀ ୪୦.୫, ବୌଦ୍ଧ ୪୩.୩, ଝାରସୁଗୁଡା ୪୪.୨ ସୁନ୍ଦରଗଡ଼ ୪୧.୪ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି ।

ବିଶେଷ କରି ଆସନ୍ତାକାଲିଠାରୁ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବାର ଅନୁମାନ କରାଯାଇ ୧୧ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୋନପୁର, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡା, ଦେବଗଡ଼, ବରଗଡ଼, ବଲାଙ୍ଗିର, ନୂଆପଡ଼ା, ମାଲକାନାଗିରି, କଳାହାଣ୍ଡି ଓ ଅନଗୁଳରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *